ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଶ୍ରମିକ ଭବନ ଭୂମି ପୂଜନ ଓ ଜୟ ମା ପାଟଣେଶ୍ୱରୀ କଲେଜ ପରିଦର୍ଶନ


ପାଟଣାଗଡ଼ : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଗଡ଼ଭିତର ବିଶ୍ୱକର୍ମା ମନ୍ଦିର ପାଖରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ତାଙ୍କ ରାଜ୍ୟସଭା ସାଂସଦ ପାଣ୍ଠିରୁ ଶ୍ରମିକ ଭବନର ଭୂମିପୂଜନ କରିଛନ୍ତି । ଏହି ଶ୍ରମିକ ଭବନ ପାଞ୍ଚ ଲକ୍ଷ ଅଟକଲରେ ନିର୍ମାଣ ହେବ । ଏହା ନିର୍ମାଣ ହେଲେ ଶ୍ରମିକ ମାନେ ସୁବିଧାରେ ସଭା ସମିତି, ଶ୍ରମିକ କାର୍ଡ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିପାରିବେ ଏବଂ ଗ୍ରାମାଞ୍ଚଳରୁ ଆସୁଥିବା ଶ୍ରମିକ ଶ୍ରେଣୀର ଜନସାଧାରଣ ଅସୁବିଧା ସମୟରେ ଆଶ୍ରୟ ତଥା ରାତ୍ରି ଯାପନ କରିପାରିବେ,ଶ୍ରମିକ ମାନେ ଉପକୃତ ହେବେ ବୋଲି ସାଂସଦ ମହୋଦୟ କହିଛନ୍ତି । ଭୂମିପୂଜନ ସମୟରେ ମିସ୍ତ୍ରୀ ବଢ଼େଇ ସଂଘର ସଭାପତି ସୁନୀଲ ଗୋଏଲ, ସମ୍ପାଦକ ଚନ୍ଦ୍ର ଶବର, ସାଂସଦ ବ୍ଲକ ପ୍ରତିନିଧି ସନ୍ତୋସିନୀ ବିଶି, ଗିରିରାଜ ଭୋଇ, ଖେଡ଼ୁ ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


ପରେ ଖପ୍ରାଖୋଳ ବ୍ଲକ ଚଂଗରିଆ ପାଞ୍ଚ ଛକ ଠାରେ ଥିବା ଜୟ ମା ପାଟଣେଶ୍ୱରୀ ମହାବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ । ସାଂସଦ ଶ୍ରୀ ବିଶିଙ୍କୁ ଛାତ୍ରଛାତ୍ରୀ ଓ ଷ୍ଟାଫ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ମହାବିଦ୍ୟାଳୟ ପରିସର କୁ ପାଛୋଟି ନେଇଥିଲେ । ସାଂସଦ ଶ୍ରୀ ବିଶି ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ପରେ ଛାତ୍ରଛାତ୍ରୀ ମାନେ ସାଂସଦଙ୍କୁ ମହାବିଦ୍ୟାଳୟ ପରିସରରେ ମୋବାଇଲ ନେଟୱାର୍କ ଅସୁବିଧା, ଇ-ଲାଇବ୍ରେରୀ ଓ ଛାତ୍ରୀ ନିବାସ ଓ ଛାତ୍ରାବାସ ସମସ୍ୟା ର ସମାଧାନ କରିବାକୁ ଲିଖିତ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଶୁଣି ବହୁତ ଜଲଦି ଏହି ସମସ୍ୟା ର ସମାଧାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନ ସମୟରେ କଲେଜରେ ପ୍ରତିଷ୍ଠାତା ସୁଶୀଳ ଗୁରୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭୁବନେଶ୍ୱର କୁଅଁର, ଗିରିରାଜ ଭୋଇ,ଅଧ୍ୟକ୍ଷ,ଅଧ୍ୟାପକ ଙ୍କ ସମେତ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।

Post a Comment

Previous Post Next Post