ବାଲିଆପାଳ, ୮/୧୧ (ପ୍ରଭାକର ମଲ୍ଲିକ) : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପାଇଁ ଆଉ କିଛି ମାସର ଅବଧି ବାକିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ବିଜୁ ଜନତା ଦଳ ମଧ୍ୟ ଏଥିରେ ପଛରେ ପଡ଼ିନାହିଁ । ଭାରତ ବର୍ଷର ସର୍ବଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ପାଇଁ ଅଣ୍ଟା ଭିଢ଼ିଛନ୍ତି ଦଳର ସମସ୍ତ ନେତା ଓ କର୍ମୀ। ତୃଣମୂଳ ସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ଇତି ମଧ୍ୟରେ ଆରମ୍ଭ କରିସାରିଛି ପ୍ରଶିକ୍ଷଣ ଶିବିର । ଭୁବନେଶ୍ୱର ଶଙ୍ଖ ଭବନ ଠାରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ପରେ, ଏବେ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି କ୍ରମରେ ବସ୍ତା ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ବାଲିଆପାଳ ଠାରେ ଆରମ୍ଭ ହୋଇଛି । ସ୍ଥାନୀୟ ଶୁଭମ୍ ଗେଷ୍ଟ ହାଉସ୍ ଠାରେ ବୁଧବାର ଦିନ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ନେତୃତ୍ୱରେ ବସ୍ତା ନିର୍ବାଚନ ମଣ୍ତଳୀ ଅଧିନସ୍ଥ ବସ୍ତା ଏବଂ ବାଲିଆପାଳ ବ୍ଲକ୍ ୪୫ ଗୋଟି ପଞ୍ଚାୟତର ସମସ୍ତ ୱାର୍ଡ଼ର ସକ୍ରିୟ ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ ଶିବିର ର ଶୁଭାରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ପ୍ରତ୍ୟେକ ଦିନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ବୁଧବାର ପ୍ରଥମ ଦିବସରେ ୧୫ ଟି ପଞ୍ଚାୟତର ସମସ୍ତ ୱାର୍ଡ଼ର ସକ୍ରିୟ ସଦସ୍ୟ ସଦସ୍ୟା ମାନେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ବିଗତ ୨୩ ବର୍ଷ ଧରି ବିଜୁ ଜନତା ଦଳ ଯେପରି ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଆସୁଛି, ସେ ସମ୍ପର୍କରେ ବସ୍ତା-ବାଲିଆପାଳର ସକ୍ରିୟ କର୍ମୀମାନଙ୍କୁ ଶଙ୍ଖ ଭବନରୁ ଆସିଥିବା ପ୍ରଶିକ୍ଷିକା ଏବଂ ଦଳର ବରିଷ୍ଠ ନେତା ଅବଗତ କରାଇଥିଲେ । ଏଥି ସହ ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଫଳରେ ରାଜ୍ୟ ବିକାଶର ସୋପାନ କିପରି ଗୋଟିଏ ପରେ ଗୋଟିଏ ଅତିକ୍ରମ କରି ସମଗ୍ର ଦେଶରେ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛି ସେ ସମ୍ପର୍କରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ଅବା ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲ, କଲେଜ, ମଠ ଓ ମନ୍ଦିର ରୂପାନ୍ତରଣ ପ୍ରକ୍ରିୟାରେ ରାଜ୍ୟର ପ୍ରତ୍ୟେକ ବର୍ଗର ଜନସାଧାରଣ କିପରି ଉପକୃତ ହେଉଛନ୍ତି ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ତତ୍ ସହିତ ବସ୍ତା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଜୁ ଜନତା ଦଳ କିପରି ପ୍ରତିଶୃତିବଦ୍ଧ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଜଣାଇଥିଲେ । ସାମାଜିକ ଗଣ ମାଧ୍ୟମ ଜରିଆରେ ଆହୁରି କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚିବ ଓ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ନେଇ ପ୍ରଶିକ୍ଷିତ ହେବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଉପସ୍ଥିତ କର୍ମୀମାନେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବସ୍ତା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ରଞ୍ଜିତ ମହାପାତ୍ର, ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ତଥା ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ସନ୍ତୋଷ ଖଟୁଆ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ଦାସ, ପ୍ରଶିକ୍ଷିକା ତଥା ରାଜ୍ୟ ବିଜେଡ଼ିର ମୁଖପାତ୍ର ମହୀକ୍ଷିତା ମିଶ୍ର, ଅନ୍ୟତମ ପ୍ରଶିକ୍ଷିକା ତଥା ରାଜ୍ୟ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦିକା ସୁପ୍ରୀତି ଶର୍ମା, ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବସ୍ତା ବ୍ଲକ ବିଜେଡ଼ି ସଭାପତି ଅନୀଲ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପଞ୍ଚାୟତ ସଭାପତି , ଯୁବ, ଛାତ୍ର ଓ ମହିଳା ବିଜେଡ଼ିର କାର୍ଯ୍ୟକର୍ତ୍ତା ଏବଂ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Post a Comment