ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ


ନୂଆପଡା (ପରମେଶ୍ୱର ବେହେରା) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକଠାରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ହିମାଂଶୁ ଶେଖର ସାମଲ ପରିଚାଳନା କରିଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଅବନି ରଞ୍ଜନ ଯୋଶୀ, ମୁରଲୀଧର ଭୋଇ, ଦୀପିକା ଦୀପ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ଭତ୍ତା ହିତାଧିକାରୀ ଯୋଗଦେଇଥିଲେ। ଏଥିରେ ମୋଟ ୮୪୬ ଜଣଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post