ଅସହାୟ ପରିବାରକୁ "ଆଶା" ସ୍ବେଛାସେବୀ ସଂଗଠନ ର ସହାୟତା


ବସ୍ତା,୮/୧୧ ( ପ୍ରଭାକର ମଲ୍ଲିକ): ସ୍ବେଛାସେବୀ ସଂଗଠନ ସାନଖୁଡ଼ି ଦ୍ଵାରା ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ଶାସନ ଗ୍ରାମର ବିଧବା ଅସହାୟ ସୁମିତା ସୋରେନଙ୍କ ପରିବାର ନିକଟରେ ପହଁଚି ସହାୟତା ଦେଇଛନ୍ତି । ଗ୍ରାମର ଜୁଗୁ ସୋରେନ ରାତିରେ ଶୋଇଥିବା ବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା। ଓଳିଏ ଖାଇଲେ ଆର ଓଲିକୁ ପରିବାର ଉପବାସ ରହୁଥିବା ବେଳେ ସ୍ଵାମୀଙ୍କ ଅନ୍ତେଷ୍ଟି କ୍ରୀୟା ପାଇଁ ସ୍ତ୍ରୀ ସୁମିତା,ତିନି କୁନି କୁନି ବାପା ଛେଉଣ୍ଡ ପିଲାଙ୍କୁ ଧରି ଘରକୁ ଘର ବୁଲି ସାହାଯ୍ୟ ଭିକ୍ଷା କରୁଥିଲେ । ଏହି ଖବର ପ୍ରକାଶ ପରେ ଅସହାୟ ପରିବାର ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ବସ୍ତାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ "ଆଶା" ର ପ୍ରତିଷ୍ଠାତା ,ସମ୍ପାଦକ ତଥା ଆଇନଜୀବୀ ଅମର କୁମାର ପାଳ , ସଂଗଠନର ପୂର୍ବତନ ସମ୍ପାଦିକା ମଞ୍ଜୁବତୀ ବିଶ୍ଵାଳ , ସମାଜସେବୀ କିଶୋର କୁମାର ପାଳ ଏବଂ ଅନିରୁଦ୍ଧ ଆଇଚ , ସୁମିତାଙ୍କୁ ଆର୍ଥିକ ସହାୟତା ସହିତ ପିଲାଙ୍କ ବସ୍ତ୍ର ,ସମସ୍ତ ପ୍ରକାର ରାସନ , ମୁଢ଼ି ଓ ଚାଉଳ ପ୍ରଦାନ କରିବା ସହିତ ସଂଗଠନର ସମ୍ପାଦକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ସହାୟତାର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ |ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ ଏବଂ ସଞ୍ଜୀବ କୁମାର ମହାନ୍ତି ,ପରେଶ ହଁ|ଶଦା, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post