ବାଲେଶ୍ଵର ଜିଲ୍ଲାର ୨ଜଣ ସାମ୍ବାଦିକଙ୍କ ବିୟୋଗ ରେ ଓୟୂଜେ ର ଶୋକ


ବାଲେଶ୍ୱର, ୮/୧୧ (ଲକ୍ଷ୍ମୀଧର ବାରିକ) ବାଲେଶ୍ଵର ଜିଲ୍ଲାରେ ଗୋଟିଏ ଦିନରେ ୨ ଜଣ ସାମ୍ବାଦିକ ଙ୍କ ଅକାଳ ବିୟୋଗ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ହତଚକିତ, ମର୍ମାହତ ଓ ସ୍ତମ୍ଭିଭୂତ କରିଦେଇଛି। ବାଲିଆପାଳ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ରାଧାକୃଷ୍ଣ ସାହୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଫଟୋ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତି ଙ୍କ ଅକାଳ ବିୟୋଗ ରେ ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ସମେତ ରାଜ୍ୟର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସତ୍ୟପ୍ରିୟ ମହାନ୍ତି ଜଣେ ମେଳାପି, ବନ୍ଧୁ ବତ୍ସଳ , ସ୍ନେହୀ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଏଥିସହିତ ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିଲେ। ତାଙ୍କର ଏକ ବିଶେଷତ୍ଵ ଥିଲା ସେ ଏକାଧାରରେ ଆମ ରାଜ୍ୟର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶେଷ କରି ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସମେତ ସବୁ ରାଜନେତାଙ୍କ ଭାଷଣକୁ ଅବିକଳ ନକଲ କରି ଆମମାନଙ୍କୁ ଖୁସି କରିଦେଉଥିଲେ। ଜିଲ୍ଲା ର ଦୁଇ ସାମ୍ବାଦିକଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ଦାରୁଣ ଦୁଃଖ ଆଣିଦେଇଛି। ସେମାନଙ୍କର ଆତ୍ମା ଶାନ୍ତିପାଉ ତାଙ୍କର ପରିବାରକୁ ଏଭଳି ଦୁର୍ଦ୍ଦିନରେ ସାହସ ଓ ଶକ୍ତି ସାମର୍ଥ୍ୟ ମିଳୁ ସେମାନେ ଭାଙ୍ଗି ନ ପଡନ୍ତୁ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଓଡ଼ିଶା ସାମ୍ବାଦିକ ୟୁନିଅନର ପ୍ରାର୍ଥନା ବୋଲି ଓଡ଼ିଶା ସାମ୍ବାଦିକ ୟୁନିଅନର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଜଣାଇଛନ୍ତି।

Post a Comment

Previous Post Next Post