ରୋଟାରି ଇ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୨ର ସଦସ୍ୟମାନଙ୍କ ଦ୍ୱାରା ନୃସିଂହନାଥରେ ସ୍ୱଚ୍ଛତା କାର୍ଯ୍ୟକ୍ରମ


ବରଗଡ଼: (ଆଜ ତକ ଓଡିଶା) ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ପବିତ୍ର ବୈଷ୍ଣବ ପୀଠ ତଥା ପର୍ଯ୍ୟଟନ ସ୍ଥଳି ନୃସିଂହନାଥରେ ରୋଟାରି ଇ କ୍ଳବ- ୩୨୬୨ର ରୋଟାରୀୟନମାନଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରି-ଇ-କ୍ଳବର ଜିଲ୍ଲା ଗଭର୍ନର ଜୟଶ୍ରୀ ମହାନ୍ତି ଓ ସଭାପତି ମେଜର ଡ଼. କଳ୍ପନା ଦାସଙ୍କ ତତ୍ତ୍ୱାବଧାନ ତଥା କ୍ଳବର ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁକ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୋଟାରୀୟନ ହେମନ୍ତ ସାମଲଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ତଥା ସାମ୍ବାଦିକ ଅନ୍ତର୍ଯ୍ୟାମୀ ବରିହା ଯୋଗଦେଇଥିଲେ । ଆମ ପରିବେଶକୁ ସଫା ରଖିବା ଆମ ଦାଇତ୍ୱ। ଆଉ ଧାର୍ମିକ ପୀଠ ର ଯତ୍ନ ନେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।ସମସ୍ତେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା ଉଚିତ, ଏହା ଦ୍ୱାରା ସୁସ୍ଥ ପରିବେଶ ରହିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ, ତେଣୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇ ଜନ ଆନ୍ଦୋଳନ ସୃଷ୍ଟି ହେଲେ ଏହା ସମ୍ଭବ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲ । ପରେ ରୋଟାରି କ୍ଳବ ସଭ୍ୟ- ୩୨୬୨ ଦ୍ୱାରା ନୃସିଂହନାଥ ପୀଠରେ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ସ୍ୱରୂପ ପୀଠରେ ଅଳିଆ ଆବର୍ଜନାକୁ ସଫା କରିଥିଲେ, ଏକକ ପ୍ଲାଷ୍ଟିକ ମୁକ୍ତ ପାଇଁ ଲୋକଙ୍କୁ ଏକକ ପ୍ଲାଷ୍ଟିକ ମନା କରିବା ସହ ଉଠା ଦୋକାନୀ, ବୁଲା ଦୋକାନୀ, ତଥା ପର୍ଯ୍ୟଟକ ଦୈନିକ ଜୀବନରେ ଏକକ ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୁରେଇ ରହିବା ଜରୁରୀ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ରୋଟାରି ଇ କ୍ଳବ ପ୍ରଭାକର ଚାନ୍ଦ, ନିରଂଜନ ବିଶ୍ୱାଳ, ଯଦୁମଣି ବଗର୍ତ୍ତି, ସ୍ୱେଚ୍ଛାସେବୀ ଶ୍ରୀତୁରାଜ ନାଏକ, ବିବେକ ପାତ୍ର, ଅମନ ସାହୁ, ଭୀମ ମେହର, ଗିରିଧାରୀ ପଧାନ, ପ୍ରକାଶ ପଧାନ, ଜୟନ୍ତ ରଣାଙ୍କ ପ୍ରମୁଖ ଅଂଶ ଗ୍ରହଣ କରୁଥିଲେ ।

Post a Comment

Previous Post Next Post