ବାଲିଆପାଳ, ୬/୧୧ (ପ୍ରଭାକର ମଲ୍ଲିକ) : ବାଲିଆପାଳ ବ୍ଲକ ଲଙ୍ଗଳେଶ୍ଵର କାଳିଝାଟି ପଡିଆ ଠାରେ ହରପାର୍ବତୀ କ୍ଲବ ଆନୁକୁଲ୍ୟରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।କମିଟିର ବରିଷ୍ଠ ସଦସ୍ଯ ଚନ୍ଦ୍ରକାନ୍ତ ଦାସ ସଭାପତିତ୍ବ କରିଥିଲେ ।ଉତ୍ସବରେ ମୁଖ୍ଯ ଅତିଥି ଭାବେ ବିଜୁ ମହିଳା ଜନତାଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୁଵାସିନୀ ଜେନା ଯୋଗଦେଇ ଉତ୍ସବକୁ ଉଦଘାଟନ କରି, ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆୟୋଜକ କମିଟିର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ ।ଲୋକମାନଙ୍କ ମନରେ ଥିବା ରାବଣ ରୂପକ ରାକ୍ଷସ କୁ ପୋଡି ପାଉଁଶ କରିବାର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ରାବଣ ପୋଡି ଉତ୍ସବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଜେନା କହିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ନିଶାକର ସେଠୀ, ବସ୍ତା ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ରଣଜିତ ମହାପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶ୍ଵିନୀ କୁମାର ଜେନା, ସମାଜ ସେବୀ ପ୍ରଦୀପ କୁମାର ବିଶ୍ବାଳ, ସମିତିସଭ୍ଯ କଟି ମାରାଣ୍ଡି, ପୂର୍ବତନ ସରପଞ୍ଚ ବୈକୁଣ୍ଠ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ସଭା ଆରମ୍ଭରେ ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ବାରିକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଉତ୍ସବକୁ ହରପାର୍ବତୀ କ୍ଲବ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

Post a Comment