ବାଲେଶ୍ୱର,୬/୧୧(ଲକ୍ଷ୍ମୀଧର ବାରିକ): ଅଠର ବର୍ଷର କିଶୋର କିଶୋରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଓ ଭୋଟ ପରିଚୟପତ୍ରରେ ଥିବା ତ୍ରୁଟିଗୁଡିକୁ ସଂଶୋଧନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ବାଲେଶ୍ଵର ସହର ଓ ଆଖପାଖ ପଞ୍ଚାୟତରେ ଗଡ଼ିବା ଆରମ୍ଭ କରିଛି । ବାଲେଶ୍ୱର କଲେକ୍ଟୋରେଟ୍ ଅଫିସ୍ ଠାରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରଥକୁ ପତାକା ଦେଖାଇ ଗଡିବାକୁ ଅନୁମତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାନ, ଡେପୁଟି କଲେକଟର (ନିର୍ବାଚନ) ସୁଶ୍ରୀ ଗାୟତ୍ରୀ ସୋରେନ, ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Post a Comment