ପାଖରା ବାବାମଣି ଯାତ୍ରା କମିଟି ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ୱର, ୯/୧୧(ଲକ୍ଷ୍ମୀଧର ବାରିକ): ବାହାନଗା ବ୍ଲକ୍‌ ସାଉଡ ପଞ୍ଚାୟତ ପାଖରା ବାବାମଣି ଯାତ୍ରା କମିଟି ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ମଣି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ସାଉଡ଼ ପିଏଏଚ୍‌ସି ନ୍ୟୁର ଡା. ଅବିନାଶ ଜେନା ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ବର ରକ୍ତ କେନ୍ଦ୍ର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ସମ୍ମାନିତ ଅତିଥି ଯାତ୍ରା କମିଟି ସଭାପତି ଭଗବାନ ସେଠୀ, ସଂପାଦକ ମୁକ୍ତିକାନ୍ତ ପଣ୍ଡା, ପଦ୍ମଲୋଚନ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନର ମହତ୍ବ ସଂପର୍କରେ ଆଲୋଚନା କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡା. ଉପାଧ୍ୟାୟଙ୍କ ନେତୃତ୍ବରେ ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ସବନମ ଦାସ ଓ ହେମଲତା ସେଠୀ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୫୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ତେବେ ସଂପୃକ୍ତ କମିଟି ପକ୍ଷରୁ ଆଗାମୀ ୧୧ ତାରିଖରୁ ୩ ଦିନ ଧରି ଯାତ୍ରା ପରିବେଷଣ ହେବାକୁ ଥିବା ବେଳେ ଆଜିର ଏହି ମହତ କାମ ସମସ୍ତଙ୍କୁ ଦିଗ୍‌ଦର୍ଶନ ଦେବ ବୋଲି ଯାତ୍ରା କମିଟି ସଭାପତି ଶ୍ରୀ ସେଠୀ କହିଥିଲେ। ପ୍ରତ୍ୟୁଷ ରାଉତ, ରାଜେଶ ଦାଶ, ରତିକାନ୍ତ ନାଥ, ଶ୍ୟାମସୁନ୍ଦର ବାରିକ, ଶଙ୍କର୍ଷଣ ପାଣିଗ୍ରାହୀ, ରାଜେନ୍ଦ୍ର ଦୀକ୍ଷିତ, କାର୍ତ୍ତିକେଶ୍ବର ପାଣିଗ୍ରାହୀ, ବାଞ୍ଛାନିଧି ରାଉତ, ଶଶିକାନ୍ତ ନାଥ, ପ୍ରଫୁଲ୍ଲ କୁମାର ନାୟକ, ଗୋପୀନାଥ ପାଣିଗ୍ରାହୀ, ତାରାକାନ୍ତ ଆଚାର୍ଯ୍ୟ, ଏରା ଐଶ୍ଚର୍ଯ୍ୟା ନାଥ, ରଶ୍ମିତା ସାହୁ, ଅଙ୍ଗନବାଡ଼ି କର୍ମୀ ମନ୍ଦାକିନୀ ଜେନା, ସରସ୍ବତୀ ପଣ୍ଡା, ଆଶା କର୍ମୀ ବାସନ୍ତୀ ବାରିକ, ମୀନାରାଣୀ ନାଥ ଏବଂ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିର ପରିଚାଳନା କରିଥିବା ବେଳେ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Post a Comment

Previous Post Next Post