ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କଲେ ସୁଶ୍ରୀ ପ୍ରମିଳା ସିଂହ


କଟକ (ଆଜତକ୍ ଓଡ଼ିଶା) କଟକ ଜିଲ୍ଲା ମାହାଙ୍ଗା ସ୍ଥିତ ଅଳିଯୋଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସାମାଜିକ ବାର୍ତ୍ତା ଦେଇ ସଚେତନତା କରାଇ ଥିଲେ ବୃକ୍ଷ ରୋପଣ ନିମନ୍ତେ ଛୋଟ ପ୍ରୟାସ କରିଥିଲେ ଏହି କାଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱ ବାସୀଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା,ଯଦି ବୃକ୍ଷ ରୋପଣ କରାନଯାଏ,ପୃଥିବୀ ପୃଷ୍ଠରେ ଜୀବ ଜଗତର ଆୟୁଷ ଆଉ ବେଶିଦିନ ନୁହେଁ ବୋଲି ପରିବେଶବିତ ମାନେ ସତର୍କ କରି ଦେଲେଣି,ଲୋକ ମାନେ ଏପଯ୍ୟନ୍ତ ବୁଝି ପାରୁ ନାହାନ୍ତି ଯେ ବୃକ୍ଷ ହାନି ଦ୍ୱାରା ସାରା ବିଶ୍ୱରେ ପରିବେଶ ପ୍ରଦୂଷଣ,ଜଳବାୟୁ ପରିବର୍ତନ,ବିଶ୍ୱ ତାପନ,ଅଦିନିଆ ବର୍ଷା ଓ ସାମୁଦ୍ରିକ ଝଡ଼ ପୃଥିବୀ ଆଗରେ ଘାତକ ହୋଇ ଛିଡା ହୋଇଛି,ଯାହା ଫଳରେ ପ୍ରତି ବର୍ଷ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ହାନି ହେବା ସହିତ ଲକ୍ଷାଧିକ କୋଟି ଟଙ୍କା ନଷ୍ଟ ହେଉଛି ତେଣୁ ଆମର ପ୍ରୟାସ ବୃକ୍ଷ ରୋପଣ ନିମନ୍ତେ ସମସ୍ତେ ଆଗେଇ ଆସନ୍ତୁ, ନିଜେ ସଚେତନ ହୁଅନ୍ତୁ ଅନ୍ୟକୁ ସଚେତନ କରାନ୍ତୁ ନିଜ ଅଞ୍ଚଳରେ ଗଛ ଲଗାନ୍ତୁ ସୁଶ୍ରୀ ପ୍ରମିଳା ସିଂହ ଆଗକୁ ଏମିତି ସେବା କାର୍ୟ୍ଯ ଜାରି ରହିବ ପରିବେଶର ସୁରକ୍ଷା ଓ ସମାଜର କଲ୍ୟାଣ ନିମନ୍ତେ ।

Post a Comment

Previous Post Next Post