କଣ୍ଟାବାଞ୍ଜି ୧୯/୧୦ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁରେକେଲା କ୍ଳଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଶ୍ରୀ ଫକୀର ଚରଣ ବିଶି,ବିଆରସିସି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ତାପରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ବିଦ୍ୟାଳୟ ମାନଙ୍କରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଯେପରି ସମସ୍ତ ଛାତ୍ରଛାତ୍ରୀ ଦକ୍ଷତା ହାସଲ କରିବେ ସେଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ତାପରେ ସଂଯୋଜକ ଚଳିତ ମାସର କାର୍ଯ୍ୟକ୍ରମ ଯଥା ସାକ୍ଷରତା କିଟ,ଗଣିତ କଳିକା ଆନ୍ଦୋଳନ କିଟ ର ବ୍ୟବହାର, ୟୁଡାଇସ, କମ୍ପୋଜିଟ ଫଣ୍ଡର ସଦୁପଯୋଗ,ବ୍ଳକ ସ୍ତରୀୟ ସୁରଭି,ନଭେମ୍ବର ୩ ତାରିଖରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀରେ ହେବାକୁ ଥିବା ପରୀକ୍ଷା ଉପରେ ବିଷଦ ଆଲୋଚନା କରିଥିଲେ।ତା ବ୍ୟତୀତ ଏଫଏଲଏନ କୋଠରୀ, ବିଦ୍ୟାଳୟ ରେ ବିଦ୍ୟୁତ ସଂଯୋଗ ଆଦି ଉପରେ କାମ କରିବାକୁ ଅନୁରୋଧ କରିଥିଲେ।ଏହି ବୈଠକରେ ଶିକ୍ଷକ ପାର୍ଥବ ମହାନନ୍ଦ, ରବୀନ୍ଦ୍ର ରଥ,ସୁରୁମଣି ମେହେର, ପୀତାମ୍ବର ଲୁହା, ଦେବ ବଗର୍ତ୍ତୀ,ରାଜୀବ ଦାସ, ସୂର୍ଯ୍ୟରାମ ମାଝୀ, ହିମାଂଶୁ ସାହୁ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ସୁଭଦ୍ରା ମେହେର, ମାଧବୀଲତା ସାହୁ,ଶୁଭଦୀପ୍ତା ଦାଶ, ବିନୋଦିନୀ ତାଣ୍ଡୀ ଟିକେଶ୍ୱରୀ ସେଠ ଆଦି ଯୋଗ ଦେଇଥିଲେ।

Post a Comment