ବାଲେଶ୍ବର,୧୩/୧୦(ଲକ୍ଷ୍ମୀଧର ବାରିକ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ବର ତରଫରୁ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ କ୍ୟାମ୍ପସ୍ ଶାଖା ଘୋଷଣା କରାଯାଇଛି। ଏଥିରେ ସଭାପତି ଭାବେ ଅର୍ଥନୀତି ବିଭାଗର ଛାତ୍ର ଆର୍ଯ୍ୟପୁତ୍ର ଆଚାର୍ଯ୍ୟ, ସମ୍ପାଦକ ଭାବେ ହିନ୍ଦୀ ବିଭାଗର ଛାତ୍ର ନିଖିଳ ଜେନା ଦାୟିତ୍ବ ଗ୍ରହଣ କରିଛନ୍ତି। ଯୁକ୍ତଦୁଇରେ ସଭାପତି ଭାବେ ସାଗର ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ଏବିଭିପି ତରଫରୁ ଦାୟିତ୍ବ ଘୋଷଣା ପରେ ଏବିଭିପିର କାର୍ଯ୍ୟକର୍ତ୍ତା ଆତସବାଜି ସହ ଖୁସି ମନାଇଥିଲେ। ସଭାପତି, ସମ୍ପାଦକଙ୍କ ସହିତ କ୍ୟାମ୍ପସ ଶାଖାର ଅନ୍ୟ ମନୋନୀତ ପ୍ରତିନିଧିମାନେ କ୍ୟାମ୍ପସ ବୁଲି ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ସହଯୋଗ କାମନା କରିବା ସହିତ କ୍ୟାମ୍ପସରେ ସମସ୍ତ ଶୈକ୍ଷିକ ଓ ପାରିପାର୍ଶ୍ବିକ ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଦାୟିତ୍ବ ଗ୍ରହଣ କରିଥିବା ପ୍ରତିନିଧିଙ୍କ ମଧ୍ୟରେ ଶ୍ରିୟା ପାଢ଼ୀ, ପ୍ରିୟଙ୍କା ଦାସ, ସୁଜୟ ମଣ୍ଡଳ, ସ୍ମୃତିଶ୍ରୀ ସାହୁ, ସୌମ୍ୟାସାଇ ବାରିକ, ଦୀପକ ତ୍ରିପାଠୀ, ସତ୍ୟଜିତ ଓଝା, ସତ୍ୟରଞ୍ଜନ ପ୍ରଧାନ, କମଳାକାନ୍ତ ମଳିକ, ଲିପିକା ବେହେରା, ସ୍ବାଗତମୀ ପାତ୍ର, ସ୍ବପ୍ନାରାଣୀ ନାୟକ, ସୀତା ମଣ୍ଡଳ, ମାମାଶ୍ରୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାର୍ଥୀ ପରିଷଦ ତରଫରୁ ବିଭାଗ ଏସ୍ଏଫ୍ଡି ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ଜିଲ୍ଲା ସହସଂଯୋଜକ ସଂଜୀବ କୁମାର ମହାରଣା, ସହସଂଯୋଜିକା ସ୍ବାତୀ ସାଗରିକା ଦେ, ବିଭାଗ ସାମାଜିକ ଗଣମାଧ୍ୟମ ସଂଯୋଜକ ଗୋପୀବଲ୍ଲଭ ରାଉତ, ଗଣମାଧ୍ୟମ ସହସଂଯୋଜକ ବାସୁଦେବ ପାଣିଗ୍ରାହୀ, ବିଭାଗ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଉପସ୍ଥିତ ରହି ଛାତ୍ର ପ୍ରତିନିଧି ଏବଂ ଛାତ୍ରଛାତ୍ରୀଙ୍କୁ ପରିଷଦର ବିଚାରଧାରା ଏବଂ ଲକ୍ଷ୍ୟ ବିଷୟରେ ଅବଗତ କରିଥିଲେ।

Post a Comment