ନୁଆପଡ଼ା (ପ୍ରମେଶ୍ୱର ମେହେର) ନୂଆପଡା ଜିଲ୍ଲା ପୁଲିସ ପକ୍ଷରୁ ସିନାପାଲି ଠାରେ ଆଜି ସ୍ଥାନୀୟ ଥାନାଧିକାରୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଗଣ୍ଡାବାହାଳି ଠାରେ ସାଇବର ସଚେତନତା ଅଭିଯାନ ରଥକୁ ସିନାପାଲି ପୁଲିସ ପକ୍ଷରୁ ସ୍ୱାଗତ କରି ପ୍ରଥମେ ଗଣ୍ଡାବାହାଳି ହାଇସ୍କୁଲ ଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସିନାପାଲି ଷ୍ଟେଟବ୍ୟାଙ୍କ ପରିଚାଳକ ଉତ୍କଳ ପ୍ରଧାନ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା,ସରପଞ୍ଚ କୌଶଲ୍ୟା ମେହେର,ସାମାଜିକ କର୍ମୀ ଦିବାକର ଖମାରୀ,ବିପିଏମ .. ଦୀପ ,ମିଶନ ଶକ୍ତି ଅଧିକାରୀ ବିଜୟ ଭିତରିଆ, ପୁଲିସ ଏସଆଇ ପ୍ରଭା କର, ଅନିତା ଜନୀ , କ୍ରାଇମବ୍ରାଞ୍ଚ ଅଧିକାରୀ ସୁବ୍ରତ ବେହେରା ପ୍ରମୁଖ ମଞ୍ଚଆସିନ ଥିଲେ। କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ମଞ୍ଚଆସିନ ଅଧିକାରୀ ସାଇବର ସୁରକ୍ଷା ନେଇ ବିଶେଷ ଭାବରେ ସଚେତନ କରାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମଧ୍ୟାହ୍ନରେ ସିନାପାଲି ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସିନାପାଲି କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷା,ଅଧ୍ୟାପକ,ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ନୃତ୍ୟ ପ୍ରତିଯୋଗୀ ତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରେ ସଂଧ୍ୟାକାଳୀନ କାର୍ଯ୍ୟକ୍ରମ ସିନାପାଲି ବସଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଥିଲା। ଲୋକଙ୍କୁ ସାଇବର କ୍ରାଇମ ସୁରକ୍ଷା ସଚେତନତା ନେଇ ବିଶେଷ ଭାବରେ ଅବଗତ କରାଇଥିଲେ।

Post a Comment