ଖପ୍ରାଖୋଲ (ଗଣେଶ ଦାସ) ଖପ୍ରାଖୋଲ ପୋଲିସ ଦ୍ୱାରା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଥାନା ଜୁନାନୀବାହାଲ ଗ୍ରାମର । ସୂଚନାନୁଯାୟୀ, ଶନିବାର କିଛି ଦାଦନ ଶ୍ରମିକ ଚିକ୍କା ତିରୁପତି, ବାଙ୍ଗାଲୋର କୁ ଯାଉଥିବା ବେଳେ ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତେଲେନପାଲି ଛକ ଠାରେ ମୋଟର ସାଇକେଲରେ ଯାଉଥିବା ବେଳେ ଚଢାଉ କରି ୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ଜଣା ପଡିଲା ସେମାନଙ୍କୁ ଖପ୍ରାଖୋଲ ଥାନା ଯୁନାନିବାହାଲ ଗ୍ରାମର ଦାଦନ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରୁଥିବା ଜଣାଯାଇଛି । ବର୍ତମାନ ସମୟରେ ସର୍ଦାରମାନେ ପୋଲିସକୁ ଚକମା ଦେବାରେ ମୋଟର ସାଇକେଲର ବ୍ୟବହାର କରୁଥିବା ଦେଖୁବାକୁ ମିଳୁଛି । ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ନେଇ ଖପ୍ରାଖୋଲ ଥାନା କେସ ନଂ 193/23 ରେ ଭାରତୀୟ ପେନାଲ କୋର୍ଟର ଧାରା U/S 370/374/420 ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ସର୍ଦାରକୁ କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ଶ୍ରମିକ ଙ୍କୁ ନିଜ ଗ୍ରାମକୁ ପଠେଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment