ବାଲେଶ୍ଵର, ୧୪/୯ (ଲକ୍ଷ୍ମୀଧର ବାରିକ) : ବାଲେଶ୍ବର ଜିଲ୍ଲାର ମଇତାପୁରରେ ଅବସ୍ଥିତ ରୟାଲ ବିଦ୍ୟାଳୟ ସମୂହର ଛାତ୍ରୀମାନେ କୁପାରୀର ଶୂନ୍ୟମଣ୍ଡପ ଓ ଅମ୍ବିକାମଠ ପରିଦର୍ଶନ କରି ସଫେଇ କାର୍ଯ୍ୟକରିବା ସହିତପରିବେଶ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ । ବିଦ୍ୟାଳୟର ମଦରଟେରେସ। ଟାଇଡ଼ଟ୍ରୁପ୍ ଅନ୍ତର୍ଗତ ୨୫ଜଣ ଗାଇଡ୍ ଛାତ୍ରୀ, ଗାଇଡ଼୍ ଶିକ୍ଷିକା ବନିତା ମାଝିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୂନ୍ୟମଣ୍ଡପ ପରିଦର୍ଶନରେ ଯାଇ ମନ୍ଦିର ପରିସରଓ ଆଖପାଖ କୁ ପରିଷ୍କାର ପରିଚ୍ଛନ୍ନ କରି ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ ସଂସ୍ଥା ମାର୍ଗଦର୍ଶକ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ବାରିକ ଓ ବିଦ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସହାୟତା ପ୍ରଦର୍ଶନ କରିଥିଲେ । ଦିନତମାମ୍ ଛାତ୍ରୀମାନଙ୍କର ସେବାକାର୍ଯ୍ୟକୁ ବିଦ୍ୟାଳୟର ଏନ୍.ସି.ସି ଟ୍ରପ ଓ ଗାଇଡ ଟ୍ରୁପର ନିଷ୍ଠା ,ନିଃସ୍ବାର୍ଥପର ସେବା ଓ ଶ୍ରମଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବିଦ୍ୟାଳୟ ର ଚେୟାରମ୍ୟାନ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି ଆଶା ପ୍ରକଟ କରିବାସହିତ ସେମାନଙ୍କ କାର୍ଯ୍ୟ କୁ ଭୁୟସୀ ପ୍ରଂଶସା କରିଥିଲେ ।

Post a Comment