ଫକୀରମୋହନ ବିଶ୍ୱବିଦ୍ୟାଳୟ: ନାକ୍ ଟିମ୍‌ର ମୂଲ୍ୟାୟନ ପ୍ରକ୍ରିୟା ଶେଷ


ବାଲେଶ୍ୱର,୧୪/୯(ଲକ୍ଷ୍ମୀଧର ବାରିକ): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ନାକ୍‌ ଟିମ୍‌ର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ୬ ଜଣ ପ୍ରାଧ୍ୟାପକ ପରିଦର୍ଶନ ଓ ମୂଲ୍ୟାୟନ ଟିମ୍‌ର ସଦସ୍ୟ ଭାବରେ ଯୋଗ ଦେଇଥିଲେ। ପ୍ରଫେସର ବି. ପି ସଞ୍ଜୟଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଦଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ତଥା ବିଶ୍ୱବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ପାଇଁ ଗଢ଼ିଉଠିଥିବା ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ପରିଦର୍ଶନ କରିବା ସହିତ ବିଶ୍ବବିଦ୍ୟଳୟର ବିଭିନ୍ନ ବିଭାଗ ସମୂହର ପରିଦର୍ଶନ କରିଥିଲେ। ନାକ୍‌ର ୬ ଜଣିଆ ଦଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମିନା ଦାସ, ଆଇକ୍ୟୁଏସି ନି‌ର୍ଦ୍ଦେଶକ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ବିଶ୍ୱବିଦ୍ୟାଳୟର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ଶେଷ ଦିବସରେ ନାକ୍‌ର ସଦସ୍ୟମାନେ ବିଶ୍ୱବିଦ୍ୟାଳୟର ପୌଷ୍ୟ ଗ୍ରାମ ପରିଦର୍ଶନରେ ଯାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକାର ସମାଜ କଲ୍ୟାଣ କାର୍ଯ୍ୟର ସମୀକ୍ଷା କରିଥିଲେ ଓ ପୌଷ୍ୟ ଗ୍ରାମର ଗ୍ରାମବାସୀଙ୍କ ସହ ମତ ବିନିମୟ କରିଥିଲେ। ଶେଷ ପର୍ଯ୍ୟାୟରେ ନାକ୍ ସଦସ୍ୟଙ୍କ ପାଇଁ ଏକ ପ୍ରସ୍ଥାନ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ନାକ୍ ଟିମ୍‌ର ଅଧ୍ୟକ୍ଷ ପ୍ରଫେସର ବି. ପି ସଞ୍ଜୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଅବସରରେ ନାକ୍ ଟିମର ଅଭିଜ୍ଞତା ସଭାରେ ଉପସ୍ଥିତ ଥିବା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କୁ ଜଣାଇଥିଲେ। ଏହି ମୂଲ୍ୟାୟନ ପ୍ରକ୍ରିୟାର ଫଳାଫଳ କିଛିଦିନ ପରେ ଉପଲବ୍ଧ ହେବା ନେଇ ଜଣାଇଥିଲେ।

Post a Comment

Previous Post Next Post