ବାଲେଶ୍ଵର,୧୪/୯ (ଲକ୍ଷ୍ମୀଧର ବାରିକ): ଚାଲି ଚାଲି ୨୫୦୦ କିମି ଅତିକ୍ରମ କରି ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଯୁବକ।ଭକ୍ତିରେ ଥାଏ ଶକ୍ତି ଯୁବା ବୟଷରେ ଯୁବକ ମାନେ ମୋବାଇଲ ଓ ଯୁବତୀଙ୍କ ପଛରେ ପାଗଳ ହେଉଥିବା ବେଳେ ଜଣେ ୩୦ ବର୍ଷୀୟ ଯୁବକ ଚାଲି ଚାଲି ବିଭିନ୍ନ ତୀର୍ଥ ସ୍ଥାନ ପରିଦର୍ଶନ କରିବା ସହିତ ଠାକୁରଙ୍କ ଆର୍ଶୀବାଦ ଲୋଡୁଛନ୍ତି।ସୂଚନା ମୁତାବକ ଯୁବକ ଜଣକ ହରିୟାଣା ଫରିବାଦ ଗ୍ରାମର ରାମଧର ଓ ପୁଷ୍ପା ଦେବୀଙ୍କ ପୁଅ ଅଶୋକ ବର୍ମା (୩୨)।ଅଶୋକ ଜଣେ ଇଶ୍ବର ବିଶ୍ବାସୀ ସଂସାରର ମୋହ ମାୟାରୁ ଦୂର ହେବା ପାଇଁ ଇଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦେଇ ବିଭିନ୍ନ ତୀର୍ଥ ସ୍ଥାନ ପରିଦର୍ଶନ କରୁଛନ୍ତି ।ଉତ୍ତରପ୍ରଦେଶ ବାଗେଶ୍ବର ଧାମରୁ ୩୦ ଜାନୁଆରୀରୁ ଚାଲିବା ଆରମ୍ଭ କରି ପୁରୀ ଗୋବର୍ଦ୍ଧନ ମଠ ପରେ ଘଟଗାଁ ମା ତାରିଣୀ ଓ ଆଜି ରାତି ପ୍ରାୟ ୯ ଟା ସମୟରେ ନୀଳଗିରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ଅଶୋକ।ନୀଳଗିରି ରାଧା କିଶୋର ମନ୍ଦିରରେ ରାତ୍ରୀଯାପନ କରିବା ସହିତ ଏହା ପଶ୍ଚିମ ବଙ୍ଗର ମାୟାପୁରୀକୁ ଯିବେ ବୋଲି କହିଛନ୍ତି ଯୁବକ ଜଣକ।ଏଯାବତ ସେ ୨୫୦୦ କିମୀ ରାସ୍ତା ଅତିକ୍ରମ କରିସାରିଲେଣି ।

Post a Comment