ଆଶା ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ


ବାସ୍ତା , ୪/୯ (ପ୍ରଭାକର ମଲ୍ଲିକ) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ଆଶା" ଦ୍ଵାରା ପରିଚାଳିତ "ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟ"ରେ ସମ୍ବର୍ଦ୍ଧନା ଦିବସ ପାଳିତ ହୋଇଯାଇଛି। "ଆଶା"ର ପ୍ରତିଷ୍ଠାତା, ସମ୍ପାଦକ, ଯୁବ ସମାଜ ସେବୀ ଅମର କୁମାର ପାଳ ପୌରହିତ୍ୟରେ ଏକ ବନ୍ଯାଢ୍ଯ ପରିବେଶରେ ଅତିଥି ଭାବେ ବସ୍ତା ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ମାନନୀୟା ସୁଶ୍ରୀ ସୋମ୍ୟା ଦାସ ଓଡିଶା ପ୍ରଶାସନିକ ସେବାରେ କୃତ କାର୍ଯ୍ୟ ହୋଇ ୨୩୧ତମ ରଖି କୃତିତ୍ଵ ଅର୍ଜନ କରିଥିବାରୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହିତ ପୁଷ୍ପ ଗୁଛ ଅର୍ପଣ କରାଯାଇ ଥିଲା । କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କର୍ତବ୍ୟରେ ତଥା ସମୟାନୁ ବର୍ତ୍ତିତା ହିଁ ଲକ୍ଷ୍ୟ ପଥରୁ କେବେ ବିଚ୍ୟୁତ କରାଇ ନ ଥାଏ ବୋଲି ସେ ତାଙ୍କ ଅଭିଭାଷଣ ବକ୍ତବ୍ୟ ରଖିବା ସହିତ ବିବ୍ୟାଙ୍କ ପିଲାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ତଥା ଆନ୍ତରିକତା ବେଶ ବୁଝା ପଡ଼ିବା ସହିତ ଅନେକ ସାର ଗର୍ଭକ ତଥା ଉପାଦେୟ କଥା କହିଥିଲେ । ମୂଖ୍ଯ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କମଳାକାନ୍ତ ବେହେରା, ସମ୍ମାନୀତ ଅତିଥି ମଥାନୀ ପଞ୍ଚାୟତର ସରପଞ୍ଚ ମମତା ରାଣୀ ସିଟହ ଯୋଗଦେବା ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ବାବଦରେ ଉପାଦେୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ସଂପାଦକ ଅମର କୁମାର ପାଳଙ୍କ ଦ୍ଵାରା ବିଦ୍ୟାଳୟର ବିବରଣୀ ପାଠ କରିବା ସହିତ ପୂର୍ବତନ ସଂପାଦିକା ଶ୍ରୀମତୀ ମଞ୍ଜୁବତୀ ବିଶ୍ଵାଳଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା। ଏଥିରେ ଚନ୍ଦନ କୁମାର ବିଶ୍ଵାଳ, ସ୍ମୀତାରାଣୀ ମହାପାତ୍ର, ଅପରାଜିତା ସେନାପତି, ନିର୍ମଳା ବାସିନୀ ସେନାପତି, ପ୍ରଦୀପ କୁମାର ସାହୁ, ସୁମନା ପରିଡା, ପ୍ରଜ୍ଞା ପ୍ରକାଶ ପାଳ, ଅରୁଣ କୁମାର ଦାସ, ଜୟଶ୍ରୀ ସ୍ୱାଇଁ, ଭକ୍ତ ରଞ୍ଜନ ସାହୁ, ନରୋତ୍ତମ ବିଶ୍ଵାଳ, ଅଶୋକ ବିଶ୍ଵାଳ,କୁମାର ଗୌରାଙ୍ଗ ଦାସ, ଅଜୟ ଦଳାଇ, ହେମାଙ୍ଗିନୀ ମାହାର୍ଣ୍ଣା ଯୋଗଦେଇ ଥିବାମବେଳେ ଅଞୁରାଣୀ ଦାସ ଧନ୍ଯବାଦ ଯଣାଇ କାର୍ଯ୍ଯକ୍ରମ ସାଙ୍ଗ କରିଥିଲେ ।

Post a Comment

Previous Post Next Post