ଅମର୍ଦାରୋଡ , ୪/୯ (ପ୍ରଭାକର ମଲ୍ଲିକ) ଗତ ରାତି ଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅମର୍ଦାରୋଡ ନଟାକଟା ପଞ୍ଚାୟତର ପଞ୍ଚବାଟିଆ ରେଳବାଇ ଫାଟକ ପାଖରୁ ରେଳ ଷ୍ଟେସନ ପ୍ରଯ୍ୟନ୍ତ ଏବଂ ସିଦ୍ଧେଶ୍ୱର କଲେଜ ଠାରୁ ସିଦ୍ଧେଶ୍ୱର ହାଇସ୍କୁଲ ପ୍ରଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ପାଞ୍ଚାବାଟିଆ ରେଳ ଫାଟକ ଠାରୁ କବିନ ପ୍ରଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହିବାରୁ ଉକ୍ତ ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ ଯାନବାହାନ ଚଳାଚଳ କରିବ ଦୂରରେ ଥାଉ ଚାଲିକି ଯିବାକୁ କଷ୍ଠ କର ପାଠ ହୋଇଥିବା ବେଳେ ସ୍କୁଲ,କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଉକ୍ତ ରାସ୍ତାକୁ ସ୍ବଚକ୍ଷୁ ନ ଦେଖିଲେ ତାହା ହୃଦୟଙ୍ଗମ କରି ହେବନାହିଁ।ଉକ୍ତ ରାସ୍ତା ସମ୍ପୂର୍ଣ୍ଣ କାଦୁଆ ଓ ଖାଲଖାମା ପରିପୂର୍ଣ୍ଣ ହୋଇଥିବାରୁ ଯାତାୟତ କରିବା କଷ୍ଟକର ବିଷୟ ହୋଇଛି।ସେହିପରି ସିଦ୍ଧେଶ୍ୱର କଲେଜ ଠାରୁ ହାଇସ୍କୁଲ ପ୍ରଯ୍ୟନ୍ତ ରେଳବାଇ ରାସ୍ତା ଏତେ କଦର୍ଯ୍ୟ ହୋଇଯାଇଥିଲା ଯେ କି ସ୍ଥାନୀୟ ଲୋକେ,ଖବରଦାତା ମାନଙ୍କ ହସ୍ତକ୍ଷେପ ଓ ଅଭିଯୋଗ ପରେ ରେଳବାଇ ଉଚ୍ଚ ପଦାଧକାରୀଙ୍କ ନିର୍ଦ୍ଦେଶ ରେ ଅମର୍ଦାରୋଡକୁ କିଛି ରେଳବାଇ ଅଧିକାରୀ ଆସି ପହଁଚି ରାସ୍ତା ତଦାରଖ କରି ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ।ମାତ୍ର ଷ୍ଟେସନ ଠାରୁ ସିଦ୍ଧେଶ୍ୱର କଲେଜ ପ୍ରଯ୍ୟନ୍ତ ରୋଡ ଅଧା କାର୍ଯ୍ୟକରି ବନ୍ଦ କରି ଚାଲି ଯାଇଥିଲେ।ଏବେ କଲେଜ ଠାରୁ ହାଇସ୍କୁଲ ପ୍ରଯ୍ୟନ୍ତ ରାସ୍ତା ଖାଲଖାମା ପାଣି ଜମି ରହିଛି।ଛାତ୍ରଛାତ୍ରୀ ଠାରୁ ଜନସାଧାରଣ ଓ ଯାନବାହାନ ଚଳକ ଉକ୍ତ ରାସ୍ତା ଦେଇ ଯାତାୟତ କରିବାକୁ ମଣୁନା ହାଁନ୍ତି।ଏଭଳି ସମସ୍ୟାରେ ଅଞ୍ଚଳ ବାସୀ,ଯାତ୍ରୀ ଓ ଜାନବାହାନ ଚାଳକ ମାନେ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି।ହାଇସ୍କୁଲ ଠାରୁ କଲେଜ ଗେଟ ଓ ଦୁର୍ଗା ମଣ୍ଡପ ଠାରୁ ପାଞ୍ଚବାଟିଆ ରେଳବାଇ ଫାଟକ ପ୍ରଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ରାସ୍ତା ମରାମତି ହେଉ ନଥିବାରୁ ଯାତ୍ରୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ତୁରନ୍ତ ରେଳ କର୍ତୃପକ୍ଷ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କିଛି ଅଘଟଣ ଘଟିବା ପୂର୍ବରୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Post a Comment