ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ


ଭବାନୀପାଟଣା ୨୯/୦୭ (ଶ୍ୟାମସୁନ୍ଦର ମାଝୀ) ଯୁବ କଂଗ୍ରେସ ର ନିର୍ବାଚନ ଫଳାଫଳ ପ୍ରକାଶ ପାଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ମଣ୍ଟୁ ସାହୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଦୀର୍ଘ ଦିନ ହେବ କଂଗ୍ରେସ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ କେଗାଁ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବେ ମଧ୍ଯ ନିର୍ବାଚିତ ହୋଇଛନ୍ତି । ସେ ଜୁନାଗଡ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିର୍ବାଚିତ ହେବା ପରେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନଉକେଶ୍ୱର ପୁଟେଲ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତୁଲେଶ୍ୱର ନାଏକ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ କଂଗ୍ରେସ ମଜଭୁତ ହେବ ଓ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ୨୦୨୪ ସାଧାରଣ ନିର୍ବାଚନ ରେ କଂଗ୍ରେସର ବିଜୟ ହେବ ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ସାହୁ ନିର୍ବାଚିତ ହେବା ପରେ ଜୁନାଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ ମହଲ ଖୁସି ର ଲହରି ଖେଳି ଯାଇଛି ।

Post a Comment

Previous Post Next Post