ନିରକ୍ଷର ଇଲାକାରେ ଶିକ୍ଷାର ପ୍ରଦୀପ ଜାଳିଲେ ପ୍ରଧାନ ଶିକ୍ଷକ


ମାଲକାନଗିରି : (ଆଜତକ୍ ଓଡ଼ିଶା) ମାଲକାନାଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଓଡିଶା- ଆନ୍ଧ୍ରପ୍ରଦେଶ ମାଓବାଦୀ ଇଲାକା ଭାବେ ପରିଚିତ ମାଲାଭରମ ପଞ୍ଚାୟତର ପିୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସରଦାରଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ପୂର୍ବରୁ ଦୂର୍ଗମ ଅଞ୍ଚଳର ନିରକ୍ଷର ପିଲାଙ୍କୁ ସ୍ବାକ୍ଷର କରିବା ଦିଗରେ କାଳଜୟୀ ପଦକ୍ଷେପ ନେଇଥିଲା ବେଳେ ବର୍ତ୍ତମାନ ମାଓବାଦୀ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ମଧ୍ଯ ଅହରହ ଚେଷ୍ଟା କରୁଥିବା ଜଣା ପଡିଛି। ଏଥିପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ଭାରତ ସ୍ବାଧିନତାର ୭୭ ବର୍ଷ ଓ ସମ୍ବିଧାନ ପ୍ରଣିତର ୭୨ ବର୍ଷ ପରେ ମଧ୍ଯ ଏହି ଅଞ୍ଚଳ ନିରକ୍ଷରତା ବ୍ଯାଧିରେ ସଢୂଥିବା ବେଳେ ଶ୍ରୀ ସରଦାରଙ୍କ ପ୍ରୟାସରେ ଏହି ସ୍କୁଲ ଆଦର୍ଶ ସ୍କୁଲ ର ମାନ୍ଯତା ଲାଭ କରିବା ସହିତ ଅଞ୍ଚଳର ଶିକ୍ଷା କ୍ଷେତ୍ର ରେ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଇଛି। ବର୍ତ୍ତମାନ ସ୍କୁଲର ଆବଶ୍ଯକ କ୍ଳାସ ଗୃହ ଓ ପିଲା ମାନଙ୍କ ଆବାସୀକ ସୁବିଧାର ଉନ୍ନତି ଗୁରୁତ୍ବ ଦିଆ ଯାଉଛି ବୋଲି ଶିକ୍ଷା କମିଟି ସୂଚନା ଦେଇଛନ୍ତି।

Post a Comment

Previous Post Next Post