ଜଳେଶ୍ବର,୦୪/୯ (ଜଗନ୍ନାଥ ଗୋଛାୟାତ) ଜଳେଶ୍ୱର ବିଜେପି କାର୍ଯ୍ୟାଳୟରେ ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଭାରୀ ଭାବେ ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଦେଶରେ ଚାଲିଥିବା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ସମସ୍ତ ବୁଥ୍ ରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ବାବଦରେ ଯୋଜନା ପ୍ରସ୍ତୁତ କରିବା ନେଇ ବକ୍ତବ୍ୟ ରଖିଥିଲେ । ଏତତ୍ ବ୍ୟତୀତ ବୈଠକରେ ଭୋଟର ସଚେତନତାକୁ ସମସ୍ତ ବୁଥ୍ ସ୍ତରରେ କରିବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ କାଉନସିଲର ଚନ୍ଦନ ଦାସ, ସାଧାରଣ ସମ୍ପାଦକ ବରେନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପିକା ଇନ୍ଦୁମତୀ ଗିରି, ପୂର୍ବତନ କାଉନସିଲର ଅନନ୍ତ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ହେମନ୍ତ ଦାସ, ନଗର ସମ୍ପାଦକ ସେକ ସୁଲତାନ, ସୁମତି ରଣା, ଯୁବମୋର୍ଚ୍ଚା ସଭାପତି ରାଧାକୃଷ୍ଣ ସେଣ, ବୁଥ୍ ସଭାପତି ଖୋକନ ଘୋଷ, ବଙ୍କବିହାରୀ ଦାସ, ଭରତ ଧଳ, ବଲ୍ଲଭ ଚରଣ ଘୋଷ,ଗୌରାଙ୍ଗ ସେଣ,ଅମ୍ବିକା ପ୍ରଧାନ, ଅମୂଲ୍ୟ ସେନାପତି, ଦେବଦୁଲାଲ କୟାଲ, ବିଶ୍ୱଜିତ ସାହୁଙ୍କ ସମେତ ମଣ୍ଡଳ ପଦାଧିକାରୀ, ବୁଥ୍ ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ ।

Post a Comment