ଭାରତୀୟ ଜୀବନ ବୀମା ସପ୍ତାହ ଉପଲକ୍ଷେ ରକ୍ତଦାନ ଶିବିର


ଜଳେଶ୍ୱର, ୦୪/୦୯ (ଜଗନ୍ନାଥ ଗୋଛାୟତ) ଭାରତୀୟ ଜୀବନ ବୀମା ନିଗମର ୬୭ତମ ଜନ୍ମ ଦିବସ ଉପଲକ୍ଷେ ପାଳନ କରାଯାଉଥିବା ବୀମା ସପ୍ତାହର ୪ର୍ଥ ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଗମର ଶାଖା ପରିଚାଳକ ଦିଲ୍ଲୀପ କୁମାର ବିହାରୀ ତଥା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତୀ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଲିଆପିର ସଭାପତି ଅନାଦୀ ଗିରି, ସଂପାଦକ ମନୋରଂଜନ ଦାସ, ତାପସ ଦାସ, ନିତାଇଲାଲ ଦେ, ଗୋବିନ୍ଦ ସାହୁ, ସୁଜୟ କର, ସୁଶାନ୍ତ କୁମାର ପାତ୍ର, ରାମଚନ୍ଦ୍ର ଅଧିକାରୀ, ବିଜୟ ପାତ୍ର, ମଂଜୁରାଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟ କରିଥିଲେ । ଏହି ଶିବିରରେ ମୋଟ ୪୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Post a Comment

Previous Post Next Post