ଜୁନାଗଡ କୁ ଜିଲ୍ଲା ମାନ୍ୟତା ଦାବୀ ଜୋର ଧରିଲା


ଜୁନାଗଡ଼, ୦୪/୦୯ (ଧୀରେନ୍ଦ୍ର ସୁନାନୀ) ଜୁନାଗଡ ଠାରେ ଥିବା ଆର ଏମ ସି ସଭା ଗୃହ ରେ କୋର କମିଟି ଜୁନାଗଡ଼ ଜିଲ୍ଲା ଦାବୀ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବଡ଼ିଭିଜନ ର ୬ଟି ବ୍ଲକ ଓ ଥୁଆମୂଳ ରାମପୁର ର ୬ଗୋଟି ପଂଚାୟତ କୁ ନେଇ ନୂତନ ଜିଲ୍ଲା ଗଠନ ହୁଏ ଜୁନାଗଡ଼ ଜିଲ୍ଲା ର ସଦର ମହକୁମା ପାଇଁ ପ୍ରଯୁଜ୍ୟ ସ୍ଥାନ,ଜୁନାଗଡ଼ ସମସ୍ତ ବ୍ଲକ ର ମଧ୍ୟରେ ଅନୁଷ୍ଠିତ,ସମସ୍ତ ବ୍ଲକ ସହ ମୁଖ୍ୟ ରାସ୍ତା ସଂଯୋଗ,ସମସ୍ତ ବ୍ଲକ ର ଲୋକଙ୍କ ପାଇଁ ବ୍ୟବସାୟିକ ସମ୍ପର୍କ, ରେଳ ଷ୍ଟେସନ ସୁବିଧା ଏନ.ଏଚ ଯୋଗୁ ବସ ଯାତାୟତ ପାଇଁ ପ୍ରଯୁଜ୍ୟ ,୩୦୫ ବର୍ଷ ପୂର୍ବରୁ କଳାହାଣ୍ଡି ର ରାଜଧାନୀ,୧୯୭୦ ମସିହାର ପୁରାତନ ଏନ୍ ଏ ସି, ଏହି ଜୁନାଗଡ଼ ସେତେବେଳେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି । ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି । ସେହିଭଳି ଜୁନାଗଡ଼ ସହରକୁ ରେଳପଥ, ଜାତୀୟ ରାଜପଥ ସଂଯୋଗ ହୋଇଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୬ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି । ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବା ସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲା ।ଏହି ପରିପେକ୍ଷୀ ରେ ଆନ୍ଦୋଳନ କୁ ଆହୁରି ଜୋରଦାର କରିବାକୁ କୋର କମିଟି ନିଷ୍ପତି ନେଇଥିଲେ ।

Post a Comment

Previous Post Next Post