ବ୍ରଜମୋହନ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ


ବାଲେଶ୍ଵର,୧/୮ (ଲକ୍ଷ୍ମୀଧର ବାରିକ) ସଦର ବ୍ଲକର ସାର୍ଥାରେ ଅବସ୍ଥିତ ବ୍ରଜମୋହନ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଅଛି। ଅଧ୍ୟକ୍ଷ ମାନସ କୁମାର ମାଇତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସ୍ୱରୂପ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବଳରାମ ସାହୁ, ପ୍ରଦୀପ କୁମାର ମହାନ୍ତି, ସଂଗ୍ରାମ କେଶରୀ ମଲ୍ଲିକ, ଧନଞ୍ଜୟ ପାତ୍ର, ମମତା ଜେନା, ଲମ୍ବୋଦର ପ୍ରଧାନ, ଦିଲ୍ଲୀପ ମହାନ୍ତି ଏବଂ କଲେଜର ପ୍ରତିଷ୍ଠାତା ତରଣୀ ସେନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ସମ୍ଭୁନାଥ ପାଲ ସଂଯୋଜନା, ଅଧ୍ୟାପକ ହୀରଣ୍ୟ ବିଶ୍ୱାଳ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀ ଜବା ପଟ୍ଟାୟତ ସ୍ୱାଗତ ଅଭିଭାଷଣ ଏବଂ ଅଧ୍ୟାପକ ରମେଶ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଉପହାର ଦେଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ।

Post a Comment

Previous Post Next Post