ଖଇରା, ୧/୮ (ଲକ୍ଷ୍ମୀଧର ବାରିକ) ଓଡିଶା ପ୍ରଶାସନିକ ସେବାରେ ଲାଗିବେ ଖଇରା ବ୍ଲକ ନହଙ୍ଗ ଗ୍ରାମର ପ୍ରଭାକର ଦାସ ଙ୍କ ସାନ ପୁଅ ଯୀଶୁକୃଷ୍ଣ ଦାସ । ପିଲାବେଳୁ ନିଜର ସଂଘର୍ଷ ଓ ପରିବାର ର ଆତ୍ମବିଶ୍ୱାସ ଆଜି ତାଙ୍କୁ ଓଏସ ରେ ୨୦୨ ରେଙ୍କ ଆଣିଦେଇଛି । ସେଥିଲାଗି ନହଙ୍ଗ ଗ୍ରାମ ଆଜି ଉତ୍ସବ ମୁଖର ହୋଇ ଉଠିଥିବାବେଳେ ପରିବାର ଲୋକ ମିଠା ବାଣ୍ଟି ଖୁସି ମନାଉଛନ୍ତି । ତେବେ ସେ ଜଣେ ମଧ୍ୟବିତ୍ତ ପରିବାର ର ସଦସ୍ୟ ହୋଇଥିବା ବେଳେ ବାପା ନହଙ୍ଗ ଡାକଘରେ ଡାକ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ବହୁ ଦୁଃଖ କଷ୍ଟ ଓ ସଂଘର୍ଷ ମଧ୍ୟରେ ୪ ପୁଅ ଓ ୨ ଝିଅଙ୍କୁ ପାଠ ପଢାଇ ମଣିଷ କରିବାର ଫଳ ଆଜି ସେ ଯୀଶୁଙ୍କ ସଫଳତା ରୂପରେ ପାଇଛନ୍ତି । ତେବେ ଯଦି ଜୀବନରେ ନିଜର ଲକ୍ଷ୍ୟ ପ୍ରତି ସଦାସର୍ବଦା ଦୃଢ ମାନ ଭାବ ରହେ ସଫଳତା ନିଶ୍ଚିତ ମିଳିବ ବୋଲି ଯୀଶୁଙ୍କ ପିତା କହିଛନ୍ତି | ସେହିପରି ବାପାଙ୍କ ସାଙ୍ଗରେ ସାଙ୍ଗ ହୋଇ ପରିବାର ର ଆସ ଓ ଆକାଂକ୍ଷା କୁ ସାହାରା ଦେଇ ଯୀଶୁଙ୍କ ବଡ ଭାଇ ନାରାୟଣ ତାଙ୍କୁ ପାଠ ପଢା ଠୁ ଆରମ୍ଭ କରି ନିଜ ଭବିଷ୍ୟତ ଗାଡିବାଲାଗି ଉତ୍ସାହିତ କରି ଆସୁଥିଲେ । ତେବେ ଆଜିର ତାଙ୍କର ସଫଳତା କୁ ନେଇ ପରିବାର ଲୋକ ନିଜ ପରିଶ୍ରମ ର ଫଳ ପାଇଛନ୍ତି । ତେବେ ଯୀଶୁ ପିଲାବେଳୁ ପାଠ ପଢା ସହ କବିତା, ପ୍ରବନ୍ଧ ଓ ଗଳ୍ପ ଲେଖିବାରେ ବେଶ ଚାଳ ଚଞ୍ଚଳ । ଏବଂ ଏଥିଲାଗି ସେ 'ସମ୍ବାଦ କଥା' ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ହୋଇଥିଲେ । ୨୦୧୪ ମସିହାରେ ଫତେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ସେ ଦଶମ ରେ ୮୫ ପ୍ରତିଶତ ନମ୍ବର ରଖି ସୋର ୟୁଏନ କଲେଜରୁ +୨ ବିଜ୍ଞାନ ରେ ଜଣେ ମେଧାବୀ ଛାତ୍ର ହୋଇ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ +୩ ସ୍ନାତକ ଧରି ହୋଇଥିଲେ । ପରେ ଦିଲ୍ଲୀ ୟୁନିଭର ସିଟି ଆଧିନରେ ହିନ୍ଦୁ କଲେଜ ରୁ ୨୦୨୨ ମସିହାରେ ପିଜି ପାଠ ପଢା ସମ୍ପୂର୍ଣ କରିଥିଲେ । ତାପରଠୁ ନିଜକୁ ଓଏସ ଓ ୟୁପିଏସ ପାଇଁ ପ୍ରସ୍ତୁତ କରି ଆସୁଥିଲେ । ଏଥି ଲାଗି ସେ ଦିନକୁ ୧୦-୧୨ ଘଣ୍ଟା ନିଜର ପାଠ ପଢା ପଛରେ ବିତାନ୍ତି । ତେବେ ନିଜର ସମସ୍ତ ସରକାରୀ ତାଲିମ ସରିବା ପରେ ଯୀଶୁ ଓଡିଶା ପ୍ରଶାସନ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବେ । ପରିବାର ଲୋକଙ୍କ ଲକ୍ଷ୍ୟ ଯୀଶୁଙ୍କୁ ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ଭାବେ ଗଡିବାକୁ

Post a Comment