ଜଳେଶ୍ୱର, ୦୪/୦୮(ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନୂଆବଜାର ସ୍ଥିତ ଭଞ୍ଜ ଭବନରେ ଆଜି "ନମାମୀ ଜଳେଶ୍ଵର " ସଙ୍ଗୀତ ଉନ୍ମଚନ କାଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଜଳେଶ୍ଵରର ଐତିହାସିକ ଆତ୍ମାକୁ ଊସର୍ଗକୃତ କରିଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆବାହକ ଥିଲେ ଶ୍ରୀ ସଂଗ୍ରାମ କେଶରୀ ପରିଡ଼ା ଓ ଅତିଥି ଭବେ ଡ.ରମାକାନ୍ତ ଭଞ୍ଜ, ଡ. ଶ୍ରୀକାନ୍ତ ଚରଣ ପାତ୍ର, ଡ. ଲଳିତ ରଞ୍ଜନ ସେନାପତି, ବିଜେପି ଯୁବନେତା ଦିବ୍ୟକାମ ମହାନ୍ତି, ସୁକୁମାର ରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଗୋଟି ନୂତନ ସଙ୍ଗୀତର ଶୁଭାରମ୍ଭ ହେବା ସହିତ ନୂତନ ଟି- ସାର୍ଟ ଏବଂ "ନମାମି ଜଳେଶ୍ଵରର" ଲୋଗୋର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଉକ୍ତ ସଙ୍ଗୀତରେ କଣ୍ଠ ଦାନ କରିଥିବା କଳାକାର ଜ୍ୟୋତିର୍ମୟ ଦଳେଇ ଓ ବଳରାମ ମଣ୍ଡଳଙ୍କୁ ସମ୍ମାନିତ କରାଯିବା ସହିତ ଛୋଟ କୁନି ପ୍ରତିଭାରେ ଆଦ୍ୟାଶା ପ୍ରିୟଦର୍ଶିନୀ ପରିଡ଼ା ଏବଂ ଆଲିଶାଙ୍କୁ ମଧ୍ୟ ସମ୍ମାନିତ କରାଯାଇ ବୃକ୍ଷ ଓ "ମାଟିର ମହକ " ପ୍ରଦାନ କରାଯାଇଥିଲା । ଏଥି ସହିତ ସମସ୍ତ ଅତିଥିଙ୍କୁ ଛୋଟ ବୃ୍ଷ ଚାରା ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟ କ୍ରମରେ ଶ୍ରୀ ଖଗେନ୍ଦ୍ର ନାୟକ ସର୍ବପ୍ରଥମେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇଥିଲେ ।

Post a Comment