ବିଜେଡି ନେତା ରବିନ୍ଦ୍ର କୁମାର ଜେନାଙ୍କ ଜନ୍ମ ଦିବସ ଉପଲକ୍ଷେ ମନ୍ଦିରରେ ପୂଜାର୍ଚ୍ଚନା

କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଦ୍ୱାରା ହସ୍ପିଟାଲରେ ଫଳ ବଣ୍ଟନ


ଜଳେଶ୍ୱର, ୦୪ ।୦୮ (ଜଗନ୍ନାଥ ଗୋଛାୟତ): ବାଲେଶ୍ୱର ଜିଲ୍ଲାର ଲୋକପ୍ରିୟ ଜନନେତା, ପୂର୍ବତନ ଶ୍ରେଷ୍ଠ ସାଂସଦ ତଥା ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର କୁମାର ଜେନାଙ୍କ ଜନ୍ମ ଦିବସ ଉପଲକ୍ଷେ ଜଳେଶ୍ୱର ବିଜୁ ଜନତା ଦଳ ପକ୍ଷରୁ ପୈାରାଂଚଳର ୯ନଂ ୱାର୍ଡ ଦେଉଳୀ ପଂଚୁଘଣ୍ଟା ସ୍ଥିତ ମାଆ ମଙ୍ଗଳା ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବା ସହିତ ତାଙ୍କର ଦୀର୍ଘଜୀବନ କାମନା କରାଯାଇଛି । ୯ନଂ ୱାର୍ଡର କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଦ୍ୱାରା ଆୟୋଜିତ ଏହି ପୂଜାର୍ଚ୍ଚନାରେ ଜଳେଶ୍ୱର ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଜଳେଶ୍ୱର ନଗର ସଭାପତି ସୁରଜୀତ ଘୋଷ, ଜୀବନବିନ୍ଦୁ ସଭାପତି ମଧୁସୂଦନ ସେନାପତି, ପୂର୍ବତନ କାଉନସିଲର ବିଜୟ କାମିଳା, ସୁଶାନ୍ତ ସାହୁ, ବିଶ୍ୱ ଭୂଷଣ ଦାସ, ବିଧାୟକ ପ୍ରତିନିଧି ସତ୍ୟ ରଂଜନ ଦାସ ମହାପାତ୍ର, ଜଳେଶ୍ୱର ବ୍ଲକ ଯୁବ ସଭାପତି ବିଶ୍ୱଜୀତ ପାଳ, ନଗର ଯୁବ ସଭାପତି ଆନନ୍ଦ କର, କାଉନସିଲର ସୂରଜ ଚୈାରାସୀଆ, ଆବାସ ଅଲ୍ଲୀ, ସେକ ସୈଫୁଦ୍ଦିନ, ଯୁବ ନେତା ସଂଜୀବ ପାଳ, ଦୀପୁ ସାମନ୍ତ, ମଧୁସୂଦନ ଦତ, ଲେଲିନ ପ୍ରଧାନ, ପତିତପାବନ ପ୍ରଧାନ, ଅନନ୍ତ ଦାସ, କଳ୍ପନା ମହାପାତ୍ର ପ୍ରମୁଖ ବହୁ କର୍ମୀ ଓ ମହିଳା ମାନେ ଏହି ପୂଜାରେ ଯୋଗଦେଇ ମାଆଙ୍କ ଠାରେ ଶୁଭକାମନା କରିଥିଲେ । ପରେ ଜଳେଶ୍ୱର ଜି.କେ. ଭଟ୍ଟର ହସପିଟାଲରେ ରୋଗୀ ମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା ।

Post a Comment

Previous Post Next Post