ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ସ୍ବାଧୀନତା ଦିବସ ପାଳିତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ସୁବର୍ଣ୍ଣପୁର ଠାରେ ଆଜି ୭୭ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଭ୍ୟାମାନଙ୍କୁ ନାରୀ ଜାଗରଣ ସକାଶେ ସରକାରଙ୍କ ସମୁଚିତ ପଦକ୍ଷେପ ନିମନ୍ତେ ପ୍ରଶଂସାକରି ଉଦବୋଧନ ଦେଇଥିଲେ । ଏ ସଂପର୍କରେ ମଣିପୁର ହିଂସା ସଂପର୍କରେ ସେ ଘୋର ଉଦବେଗ ପ୍ରକାଶ କରିଥିଲେ । ସୁବର୍ଣ୍ଣାର ସଭ୍ୟା ସୁନନ୍ଦା ସାହୁ, ଭଗବତୀ ରାୟଗୁରୁ ପ୍ରମୁଖ ଉଦବୋଧନ ଦେଇଥିଲେ ଏବଂ ସଂପାଦିକା ମଂଜୁଳା ମିଶ୍ର ଶେଷରେ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post