ଜଳେଶ୍ୱର, ୧୬ା୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ଏକ ସବଡିଭିଜନର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ କରୁଥିବା ବେଳେ ସେଠାରେ ଥିବା ବହୁ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସ୍ୱାଧୀନତା ଦିବସ ପାଳନକୁ ବାଧ୍ୟବାଧକତାରେ କରାଯାଉଥିବାର ଦେଖିବାକୁ ମିଳିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଳେଶ୍ୱର ନୂଆ ବଜାର ଠାରେ ଥିବା ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାଉଁଶ ବାଡିରେ ଜାତୀୟ ପତାକାକୁ ଲଗାଯାଇ ସକାଳୁ ସକାଳୁ ପୋତି ଦିଆଯାଇଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟାଳୟ କେବେ ଖୋଲା ଥିବାର ଜଳେଶ୍ୱର ବାସୀ ଦେଖି ନ ଥିବେ । କୈାଣସୀ ତଳିଆ କର୍ମଚାରୀ ସକାଳେ ଆସି ପ୍ରତିବର୍ଷ ପରି ପତାକା ଟିଏ ପୋତିଦେଇ ଚାଲିଯାଇଥାନ୍ତି । ଦେଶ ଅମୃତ ମହୋସôବ ପାଳନ ତଥା ହରଘର ଝଣ୍ଡା କାର୍ଯ୍ୟକ୍ରମ ଉଲ୍ଲାସର ସହିତ ପାଳନ କରୁଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ ପ୍ରତି ଏପରି ହତାଦର ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଜଳେଶ୍ୱର ବାସୀ ନିବେଦନ କରିଛନ୍ତି ।

Post a Comment