ବାଲେଶ୍ଵର, ୪/୮ (ଲକ୍ଷ୍ମୀଧର ବାରିକ) ସୋର ବ୍ଲକ ନଟାପଡ଼ା ଛକସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ କମ୍ପିଟେଟିଭ୍ ସେଣ୍ଟର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅଭିରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସାମାଜିକକର୍ମୀ ଘନଶ୍ୟାମ ପଣ୍ଡା ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ବର ରକ୍ତ କେନ୍ଦ୍ରର ଡାକ୍ତର ତାରାକାନ୍ତ ନନ୍ଦ, ସମ୍ମାନୀତ ଅତିଥି ଭାବେ ଲକ୍ଷ୍ୟ କମ୍ପିଟେଟିଭ୍ ସେଣ୍ଟରର ପ୍ରତିଷ୍ଠାତା କବିନ୍ଦ୍ର ପଣ୍ଡା, ସୋର ସମ୍ବାଦ ବ୍ଲକ ପ୍ରତିନିଧି ଗୌରୀଶଙ୍କର ଘଡାଇ, ଚନ୍ଦନେଶ୍ବର ସ୍ବେଚ୍ଛାସେବୀ ସଙ୍ଗଠନର ମହେନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ ଓ ନରେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଡାକ୍ତର ନନ୍ଦ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ,ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ସବନମ ଦାସ, ସତ୍ୟପ୍ରକାଶ ଦାଶ, ସହଯୋଗୀ ଅଜୟ କୁମାର ମହାପାତ୍ର ଓ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୭୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରି,ଶଶିକଳା ବେହେରା , ଖୁଳନା ମଲ୍ଲିକ , କଳ୍ପନା ଘଡେ଼ଇ , ଗୀତାଞ୍ଜଳି ଜେନା , ସୁମିତ୍ରା ପାତ୍ର , ସ୍ଵପ୍ନାଲିକା ମହାନ୍ତି, ବନଶ୍ରୀ ନାୟକ , ମୁସ୍କାନ ପର୍ବିନ , ସୋନାଲି ସିଂହ , ଜୟନ୍ତ ବେହେରା , ଅମରେନ୍ଦ୍ର ଶିଅଳ , ମନୀଷ ମୁଦୁଲି , ପ୍ରହଲ୍ଲାଦ ନାୟକ, ଶଶିକାନ୍ତ ବାରିକ , ଗୋପାଳ କୃଷ୍ଣ ମାଝୀ, ଦିନେଶ ବିଶ୍ଵାଳ , ଲିପସା ରାଣୀ ଜେନା , ରବୀନ୍ଦ୍ର ରଣା , କରିସ୍ମା ଖାତୁନ,ସୂର୍ଯ୍ୟକାନ୍ତ ପଣ୍ଡା ,ଦେବସ୍ମିତା ପଣ୍ଡା , ରିତାଞ୍ଜଳି ପତି , ମଧୁସୂଦନ ଦଳେଇ , ଭଗବାନ ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Post a Comment