ବାଲେଶ୍ଵର,୪/୮ (ଲକ୍ଷ୍ମୀଧର ବାରିକ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ +୨ ମହାବିଦ୍ୟାଳୟକୁ ନୂତନ କରି ଆସିଥିବା ନବାଗତ ବିଦ୍ୟାର୍ଥି ଭାଇ ଓ ଭଉଣୀମାନଙ୍କୁ ସ୍ବାଗତ କରାଯାଇଛି। ପ୍ରକାଶ ଥାଉ କି ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ଆଜି ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରେ +୨ ପାଠପଢା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ, ନୀଳଗିରି ମହାବିଦ୍ୟାଳୟ,ନୀଳଗିରି ମହିଳା ମହାବିଦ୍ୟାଳୟ, ଭୋଗରାଇ ମହିଳା ମହାବିଦ୍ୟାଳୟ,ଆରଆଇଏଚ୍ଏସ ମହାବିଦ୍ୟାଳୟ,ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟ ଏବଂ ଜିଲ୍ଲାର ଅନ୍ୟ ପ୍ରମୁଖ ମହାବିଦ୍ୟାଳୟ ମାନଙ୍କରେ ଏବିଭିପି କାର୍ଯ୍ଯକର୍ତ୍ତା ମାନେ ନୁଆ କରି ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ଵାଗତ ଜଣାଇବା ସହିତ ଏକ ଉତ୍ତମ ଓ ଶୃଙ୍ଖଳିତ ଶିକ୍ଷାବର୍ଷ ପାଇଁ ସେମାନଙ୍କ ମଧ୍ଯରେ ଆଶା ସଞ୍ଚାର କରିଥିଲେ। ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ମଧ୍ଯ ରେ ବାଲେଶ୍ବର ନଗରରୁ ବିଭାଗ ଏସଏଫଡି ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ନଗର ସହସମ୍ପାଦକ ଭବେଶ ତରାଇ, ସହସମ୍ପାଦିିକା ମୋନାଲିସା ମାଝୀ, ବିଭାଗ କ୍ରୀଡା ସଂଯୋଜକ ଶ୍ୟାମସୁନ୍ଦର ସିଂ, ସହସୋସିଆଲ ମିଡିଆ ସଂଯୋଜକ ବାସୁଦେବ ପାଣିଗ୍ରାହୀ,ରାହୁଲ ଦାସ, ଜ୍ଞାନରଞ୍ଜନ ନାୟକ, ଭୋଗରାଇ ରୁ ଜିଲ୍ଲା ସଂଯୋଯକ ପ୍ରଦୀପ କୁମାର ମଣ୍ଡଳ, ନଗର ସହସମ୍ପାଦିିକା ଅଞ୍ଜଳି ବେହେରା,ସଂଗୀତା ବାରିକ, ସଙ୍ଗୀତା ରଥ,ଶିବଶଙ୍କର ପଣ୍ଡା, ଶ୍ରାବଣୀ ଦାସ, ସ୍ବପ୍ନାରାଣୀ ସାହୁ, ପ୍ରିୟଙ୍କା ସାହୁ,ରୁମି ଗିରି,ଋତୁପର୍ଣ୍ଣା ପଣ୍ଡା,ରଶ୍ମିତା କାମିଳା, ମଧୁମିତା ମଣ୍ଡଳ,ନୀଳଗିରିରୁ ଜିଲ୍ଲା ସହସଂଯୋଜକ ସଂଜୀବ ମହାରଣା, ବିଭାଗ ସୋସିଆଲ ମିଡିଆ ସଂଯୋଜକ ଗୋପୀବଲ୍ଲଭ ରାଉତ,ଲକ୍ଷ୍ମୀଧର ବେହେରା, ଗଣେଶ ମାଝୀ, ବିକାଶ ମାଝୀ, କୁଲଦୀପ କେଶି, ମହେଶ୍ବର ଟୁଡୁ, ରାଜେଶ ସିଂ ପ୍ରମୁଖ ବିଭିନ୍ନ ମହାବିିଦ୍ୟାଳୟରେ ଉପସ୍ଥିତ ରହି ସ୍ବାଗତ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହା ସହିିତ ବିଭିନ୍ନ ମହାବିଦ୍ୟାଳୟ କ୍ୟାମ୍ପସ ରେ ନବାଗତ ଛାତ୍ରଛାତ୍ରୀମାନଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ଏବିଭିପି ପ୍ରତିଶ୍ରୁତି ମଧ୍ଯ ଦେଇଛି।
ବାଲେଶ୍ଵର ଜିଲ୍ଲା ର ବିଭିନ୍ନ ବ୍ଲକ୍ ରେ ଏବିଭିପି ତରଫ ରୁ +୨ ପ୍ରଥମ ବର୍ଷ ର ବିଦ୍ୟାର୍ଥୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଆଜତକ ଓଡ଼ିଶା
0
Post a Comment