ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତର ତାପଣ୍ତିଆସ୍ଥିତ କୁଞ୍ଜବିହାରୀ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଏବଂ ବିଗ୍ରହ ପ୍ରତିଷ୍ଠା ସମାରୋହ ୨୦୨୩ ଉଦଘାଟିତ ହୋଇଯାଇଛି । ବୁଧବାର ପ୍ରଥମ ଦିବସରେ ରକ୍ତଦାନ ଶିବିର ଏବଂ ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଅପରାହ୍ନରେ ସୁବର୍ଣ୍ଣ ଜୟନ୍ତି ସମାରୋହ ଉଦଘାଟିତ ହୋଇଥିଲା । ପୂର୍ବତନ ଛାତ୍ର ତଥା ଆୟୁର୍ବେଦିକ ଡ. ପୁରୁଷୋତ୍ତମ ସିଂହ ଙ୍କ ପୌରହିତ୍ୟରେ ବସ୍ତା ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ଉଦଘାଟିକା ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାରୋହରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ସଂପାଦିକା ସଂସ୍କାର ଧର୍ମୀ ପତ୍ରିକା 'ରେବତୀ' ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଦୃଢମନା ହୋଇ ନିଜକୁ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡ. ବିଜୟ କୁମାର ଦେ ସମ୍ମାନିତ ଅତିଥି ଭାବେ ୨୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କାଞ୍ଚନ ଜେନା,କୁମ୍ଭାରୀ ସରପଞ୍ଚ ପଙ୍କଜିନୀ ମହାପାତ୍ର,ସମିତି ସଭ୍ୟା ଜୟଲକ୍ଷ୍ମୀ ଅଣ୍ତିଆ,ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକର୍ତ୍ତନ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ପରମାନନ୍ଦ ଦେ ମଞ୍ଚ ଆହ୍ବାନ ଓ ସ୍ବାଗତ ଅଭିଭାଷଣ ଏବଂ ପୁରାତନ ଛାତ୍ର ଯୁବନେତା ଲକ୍ଷ୍ମୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରାରମ୍ଭରେ ଗୁରୁପୂଜନ ଉତ୍ସବ, ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ଯକ୍ରମଗୁଡିକୁ ସୁବର୍ଣ୍ଣ ଜୟନ୍ତି ତଥା ବିଗ୍ରହ ପ୍ରତିଷ୍ଠା କମିଟିର ସଭ୍ୟ ସଭ୍ୟା ମାନେ ପରିଚାଳନାରେ ସହଯୋଗ କରୁଛନ୍ତି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାର ଗୋଟି ପୁଅ ନୃତ୍ୟ ,ଓଡିଶା କ୍ଷୁଦ୍ର ନାଟକ ପେଟେଣ୍ଟ ମେଡିସିନ,ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନୋଜ୍ଞ ସାଂସ୍କୃତିକ କାର୍ଯ୍ଯକ୍ରମ ଏବଂ ସୁନାମଧନ୍ୟ ଶ୍ରଦ୍ଧା କ୍ରିଏଟିଭ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ଯକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ଯନ୍ତ ଦର୍ଶକ ଉପଭୋଗ କରିଥିଲେ ।ଏହି କାର୍ଯ୍ଯକ୍ରମ ୨୫ରୁ ୨୯ତାରିଖ ପାଞ୍ଚଦିନ ବ୍ୟାପୀ ପାଳନ ହେଉଅଛି।
ତାପଣ୍ତିଆ କୁଞ୍ଜବିହାରୀ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ତଥା ବିଗ୍ରହ ପ୍ରତିଷ୍ଠା ସମାରୋହ ୨୦୨୩ ଉଦଘାଟିତ
ଆଜତକ ଓଡ଼ିଶା
0
Post a Comment