ଡଗରପଡା ଓ୍ବଲଫର ସୋସାଇଟି ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ


ବାଲେଶ୍ଵର,୧୫/୮ (ଲକ୍ଷ୍ମୀଧର ବାରିକ) ବାଲେଶ୍ବର ଜିଲ୍ଲା ଖ ଇରା ବ୍ଲକ ଡଗରପଡା ପଞ୍ଚାୟତ ର ଯୁବକ ମାନଙ୍କୁ ନେଇ ଗଢୀଉଠିଥିବା ଡଗରପଡା ଓ୍ବଲଫର ସୋସାଇଟି ପକ୍ଷରୁ ଆଜି ୭୭ ତମ ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଦଶମଶ୍ରେଣୀ ପରିକ୍ଷାରେ ଏ ଗ୍ରେଡରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସୋସାଇଟି ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଛି ।ଡଗରପଡା ପଞ୍ଚାୟତ ର ଉପେନ୍ଦ୍ର ପ୍ରସାଦ ହାଇସ୍କୁଲ ର ପ୍ରଥମ ହୋଇଥିବା ଆଶିଷ କୁମାର ପଣ୍ଡା, ଦ୍ବିତୀୟ କଲ୍ଯାଣି ସାମଲ,ତୃତୀୟ ସ୍ମତିରଞ୍ଜନ ପଣ୍ଡା, ସେହିପରି ଡଗରପଡା ସରକାରୀ ବିଦ୍ୟାଳୟ ର ପ୍ରଥମ ସୂରଜ କୁମାର ପାଣିଗ୍ରାହୀ ,ଦ୍ବିତୀୟ ନରେନ୍ଦ୍ର ପ୍ରସାଦ ସେଠୀ ,ତୃତୀୟ ଓମ ପ୍ରକାଶ ସାହୁ ଙ୍କୁ ମାନପତ୍ର ସହ ସମ୍ଭର୍ଦ୍ଧିତ ହୋଇଥିଲେ ।ଆୟୋଜିତ ସମ୍ଭଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରାଣବ°ନ୍ଧୁ ପଣ୍ଡା ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ଦଳାଇ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ସ୍ଲୁଲରେ ସମ୍ଭର୍ଦ୍ଧିତ କରିଥିଲେ ,ଏହି ଉତ୍ସବ ରେ ସୋସାଇଟି ର ମେମ୍ବର ଗୌରାଙ୍ଗ, ହୁର୍ସି,ରଞନ,କୁନା,ଦୀପ୍ତିକାନ ପାଢୀ,ଗୟାଧର ବିଶ୍ବାଳ,ଓମ ପ୍ରକାଶ ବିଶ୍ବାଳ ଉପସ୍ଥିତ ରହିଥିବା ବେଳେ ସୋସାଇଟି ର ମୁଖ୍ୟ ସଞ୍ଜୟ ଦଳାଇ, ରାମକୃଷ୍ଣ ବିଶ୍ବାଳ,ବିବେକାନନ୍ଦ ମହାନ୍ତି, ସ°ତୃପ୍ତ ଦାସ,ଭିଡିଓ କଲି°ଙ୍ଗ ମାଧ୍ୟମରେ ବିଦେଶରୁ କୃତିଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରତ୍ବର କାମନା କରିଥିଲେ ।

Post a Comment

Previous Post Next Post