ଛାତ୍ର ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ


କୋରାପୁଟ / ଜୟପୁର:(ଆଜତକ୍ ଓଡ଼ିଶା ) ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ସଭାକକ୍ଷରେ ଛାତ୍ର ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ମେହେରଙ୍କ ସଭାପିତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଯଜ୍ଞେଶ୍ୱର ପଣ୍ଡା, ଭଗବାନ ସାବତ ଯୋଗଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ଅଭିଭାବକ ମାନଙ୍କର ସହଭାଗିତା,ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ର ଛାତ୍ରୀମାନଙ୍କ ନିୟମିତ ଉପସ୍ଥାନ ,ବିଦ୍ୟାଳୟର ସ୍ୱଚ୍ଛ ପରିବେଶ ତଥା ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିଗତ ପରିଚ୍ଛନ୍ନତା ,ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳରେ ଛାତ୍ର ଛାତ୍ରୀଙ୍କ ସଫଳତା,ବିଦ୍ୟାଳୟରେ ଉତ୍କର୍ଷ କାର୍ଯ୍ୟକ୍ରମର କ୍ରିୟାନ୍ଵୟନ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଭିଭାବକମାନେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ନାହାକ,ପପିତା ପ୍ରଧାନ,ସୁବର୍ଣ୍ଣ କୁମାରୀ ଖିଲ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ନରେଶ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post