ଅବସର ବିଜ୍ଞାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଭବାନୀପାଟଣା ୦୧/୦୮ (ଶ୍ୟାମସୁନ୍ଦର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ସରକାରୀ କନ୍ୟା ଆଶ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ଭୋଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଶିକ୍ଷାଦାନ କ୍ଷେତ୍ରରେ ପ୍ରାୟ ୩୧ ବର୍ଷ ଯେଉଁ ସ୍କୁଲ ମାନଙ୍କରେ ଦାଇତ୍ୱ ନେଇଥିଲେ । ସେହି ସ୍କୁଲ ମାନଙ୍କର ପୁଅ ଝିଅ କୁ ଠିକ ଶିକ୍ଷାଦାନ ଦେଉଥିଲେ । ସେହିପରି ଜୟନ୍ତପୁର ସରକାରୀ କନ୍ୟା ଆଶ୍ରମରେ ୧୦ ବର୍ଷ ବିଜ୍ଞାନ ଶିକ୍ଷକ ଭାବେ ଦାଇତ୍ୱ ତୁଲାଇ ଉକ୍ତ ସ୍କୁଲ ର ପୁଅ ଝିଅ ମାନଙ୍କୁ ଠିକ ଶିକ୍ଷାଦାନ ଦେଉଥିଲେ । ଉକ୍ତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରା,ସୁବାଷ ଚନ୍ଦ୍ର ବାଗ, ହିମାଂଶୁ ଶେଖର ମାଝୀ, ଟ୍ୱିଙ୍କେଲ ସତପଥି, ଦୀପକ ରଞ୍ଜନ ପଣ୍ଡା, ସୁଧାଂଶୁ ବାଗ, ଶର୍ମିଷ୍ଠା ଗୋପାଳ ଓ ଲଷ୍ମୀଧର ବାଗ ଏହି ସମସ୍ତ ଶିକ୍ଷକଙ୍କ ଓ ଆଶ୍ରମ ର ପୁଅ ଝିଅ ମାନଙ୍କ ଉପସ୍ଥିରେ ତାଙ୍କୁ ଉପଢୌକନ ଦେଇ ଅବସର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ହିମାଂଶୁ ଶେଖର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post