ରାଜ୍ୟ ସରକାର ଙ୍କ ଦରଦାମ ବୃଦ୍ଧି ଏବଂ ପିସି କାରବାର ଓ ଦୁର୍ନିତୀ ବିରୁଦ୍ଧ ରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ


ବଲାଙ୍ଗିର : ୧୮/୮ ( ଗଣେଶ ଦାସ ) ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ସାରା ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ଆଜି ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବେଲପଡା, ଖପ୍ରଖୋଲ ,ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତିନି ବ୍ଳକ ର ବିଡ଼ିଓ ବେଲପଡା ଭିକ୍ଟର ସୋରେନ, ଖପ୍ରାଖୋଲ ବିଜୟ କୁମାର ହୋତା ,ପାଟଣାଗଡ଼ ସୁମନ୍ତ କୁମ୍ଭାର ଙ୍କୁ ପ୍ରଦାନ କରିଥିଲେ । ପାଟଣାଗଡ଼ର ରାମପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇଥିଲେ ।ପରେ ବ୍ଳକ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ କଂଗ୍ରେସ ଦଳ ଓବିସି ସଂଯୋଜକ ଅନିଲ କୁମାର ମେହେର ରାଜ୍ୟ ସରକାର ଙ୍କ ଦରଦାମ ବୃଦ୍ଧି, ବ୍ଳକ କାର୍ଯ୍ୟାଳୟ ରେ ଶତକଡା ୧୫ ରୁ ୫୦ ପ୍ରତିଶତ ପିସି କାରବାର, ରାଜ୍ୟ ସରକାର ୫ଟି ଯୋଜନା ରେ ସ୍କୁଲ କଲେଜ ଗୁଡିକ ରେ ଯେଉଁ ରୁପାନ୍ତର କରଣ କରାଯାଉଛି ତାହା ଉପରେ ଚକଚକ ଦେଖାଯାଉଥିବା ବେଳେ କାନ୍ଥଭୁଷୁଡି ପଡୁଛି , ଯାହାକି ଏକ ପ୍ରୋତ୍ସାହନ ଓ କେବଳ ଅର୍ଥ ମାରଣ କରାଯାଉଥିବା । ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ ୫୦ ଲକ୍ଷ ଟଙ୍କା ସିଧାସଳଖ ଦିଆଯାଉଯିବା । ଖାଲି ପଡିଥିବା ସରକାରୀ ପଦବୀ ୨ଲକ୍ଷ ୨୬ ହଜାର,୫୫୯ ଶହ ପଦବୀ ପୂରଣ କରିବା,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦରବୃଦ୍ଧି ବନ୍ଦ କରିବା,ଧାନ ର ଅଭାବି ବିକ୍ରୀ ସହ କଟିଛଟିନି ବନ୍ଦ କରିବା,ପ୍ରତି ବ୍ଳକ ରେ ଶିତଳ ଭଣ୍ଡାର ଖୋଲିବା,ଲୋ ଭୋଲଟେଜ , ବିଦ୍ୟୁତ କାଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା,ଟାଟା କମ୍ପାନୀ ରଖାଉଟି ମାରଣ ନୀତି ବନ୍ଦ କରିବା, ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ଙ୍କ ପାଇଁ କଂଗ୍ରେସ ଦେଇଥିବା ଅଧିକାରୀ ଙ୍କୁ କ୍ଷୁର୍ଣ୍ଣ କରିବା , ନାରୀ ନିର୍ଯ୍ୟାତନା ବନ୍ଦ କରିବା, ନାରୀ ସଶକ୍ତିକରଣ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରକୃତରେ ଗରିବ ଓ ଭୂମିହୀନ ହିତାଧିକାରୀଙ୍କୁ ପ୍ରଦାନ କରିବା ସହ ପାଟଣାଗଡ଼ ରେ ଖାଲିପଡ଼ିଥିବା ସବରେଜିଷ୍ଟର ପଦବୀ ପୂରଣ କରିବା ଆଦି ଦାବୀ ଗୁଡିକ ଉଲ୍ଲେଖ ଥିବା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ,ପିସିସି ସଭ୍ୟ କମ୍ବୁପାଣି ଦାସ ,ମନୋଜ ସାହୁ,ବନମାଳୀ ମେହେର ,ବେଣୁଧର ସାହୁ ,ହେମବନ୍ତ ସାହୁ ପ୍ରମୁଖଙ୍କ ସହ ହଜାରେ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ।

Post a Comment

Previous Post Next Post