ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଶ୍ରୀରାମପୁର,ଦେଭୋଗ ଏବଂ ଦେଉଳାରେ ଭ୍ରାମ୍ୟମାଣ ଆମ୍ବୁଲାନସ ସେବା


ବସ୍ତା (ପ୍ରଭାକର ମଲ୍ଲିକ) ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ତେସନ ସହାୟତାରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ତ୍ବରିତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଶ୍ରୀରାମପୁର , ଦେଭୋଗ ଏବଂ ଦେଉଳା ଠାରେ ଭ୍ରାମ୍ୟମାଣ ଆମ୍ବୁଲାନସ ସେବା ଅନୁଷ୍ଠିତ ହୋଇଯାଇଛି ।ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଭିନ୍ନ ସମୟରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର, ବୃକ୍ଷରୋପଣ ଠାରୁ ଆରମ୍ଭ କରି ବନ୍ୟା ଓ ବାତ୍ୟା ପ୍ରାକୃତିକ ବିପର୍ଯ୍ଯୟ ସମୟରେ ଲୋକମାନଙ୍କୁ ରିଲିଫ୍ ବଣ୍ଟନ କରୁଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ଘରକୁ ଘର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଏହି ଭ୍ରାମ୍ୟମାଣ ଆମ୍ବୁଲେନସ ସେବାର ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣରେଖା ବନ୍ଦରର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ଭ୍ରାମ୍ୟମାଣ ସେବାରେ ଶ୍ରୀରାମପୁର,ଦେଭୋଗ ଏବଂ ଦେଉଳା ଠାରେ ଶତାଧିକ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯାଇଥିଲା ।ଏହିପରି ସେବା କାର୍ଯ୍ଯ ଆଗକୁ ମଧ୍ୟ ଜାରି ରହିବ ବୋଲି ସିଏସଆର ମୁଖ୍ୟ ପ୍ରମୋଦ କୁମାର ପାତ୍ର ସୂଚନା ଦେଇଛନ୍ତି ।

Post a Comment

Previous Post Next Post