ନଳବାହାର ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା


ବସ୍ତା (ପ୍ରଭାକର ମଲ୍ଲିକ) ଆଜିର ସମାଜରେ ଛାତ୍ରଛାତ୍ରୀ ମାନେ ନାଚ ଗୀତ କ୍ରୀଡା ଜ୍ଞାନ ବିଜ୍ଞାନ ଆହରଣ କଲେ ଦିନେନା ଦିନେ ଭଲ ମଣିଷହୋଇ ବାପା ମା ନାମ ଉଜ୍ବଳ କରିବା ସହିତ ଆମ ରାଜ୍ଯର ନାମ ରଖିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ବସ୍ତାଥାନା ନଳବାହାର ସ୍ଥିତ ସରସ୍ବତୀଶିଶୁ ବିଦ୍ଯା ମନ୍ଦିର ରେ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହିକାର୍ଯ୍ଯକ୍ରମରେ ଶିଶୁ ବିଦ୍ଯାମନ୍ଦିର ର ସଭାପତି ଶ୍ରୀଯୁକ୍ତ ରତିକାନ୍ତ ମହାନ୍ତିଙ୍କ ତତ୍ବାବଧାନରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ଯ ଗିରିଜାଶଙ୍କର ଜେନା କାର୍ଯ୍ଯକ୍ରମ ପରିଚାଳନାକରିଥିଲେ । ବିଚାରକ ଭାବେ ପୂର୍ବତନ ଶିକ୍ଷକ ରାମଚନ୍ଦ୍ର ନାୟକ.ଗୁରୁମା ମିନତୀ ମହାପାତ୍ର, ବିଜ୍ଞାନଶିକ୍ଷକ ବିରେନ୍ଦ୍ର କୁମାରଦାସ, ସୁରଭିଲତା ବାରିକ, ସମେତ ଗୁରୁଜି ଲକ୍ଷ୍ମୀଧରଜେନା, ଗୁରୁମା ସ୍ବର୍ଣ୍ଣ ଲତା ବେହେରା, ଦେବସ୍ମୀତା ରାଉଳଯୋଗ ଦେଇଥିଲେ । କାମିନୀ ଆଚାର୍ଯ୍ଯ ପରିଚାଳନାକରିଥିଲେ | ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନବିଜ୍ଞାନ ମେଳାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post