ଛାତ୍ରଛାତ୍ରୀ ପୋଲିସ କ୍ୟାଡେଟ ଉଦଘାଟନ ସଭା


ବାଲେଶ୍ୱର,୨୩/୭ (ଲକ୍ଷ୍ମୀଧର ବାରିକ) ବାହାନଗା ବ୍ଲକ ସ୍ଥିତ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନିଜର ଶୃଙ୍ଖଳା, ସମୟାନୁବର୍ତ୍ତିତା ସାମାଜିକ ପ୍ରତିବଦ୍ଧତା ଏବଂ ସାମାଜିକ ସୁରକ୍ଷା ସମ୍ବନ୍ଧରେ ସଚେତନତାକୁ ନେଇ ଆୟୋଜିତ ହୋଇଥିବା ଛାତ୍ରଛାତ୍ରୀ ପୋଲିସ କ୍ଯାଡେଟ ତାଲିମ୍ ଶିବିରର ଉଦଘାଟିତ ହୋଇ ଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ସ୍ୱାଇଁ,ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷଧିକାରୀ ସୋମାରାଣୀ ସେଠୀ, ସମ୍ମାନିତ ଅତିଥି ଭାବେ ଖନ୍ତାପଡ଼ା ଥାନା ଏଏସଆଇ ଆଶତୋଷ ଦାଶ, ଅନ୍ୟତମ ଅତିଥି ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ମିଶ୍ର, ସମ୍ମାନିତ ଅତିଥି ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ,ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ମହାଳିକ,ପରିଚାଳନା କମିଟି ଉପସଭାପତି ଦୀପାଞ୍ଜଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଏନସିସି କ୍ୟାଡେଟଙ୍କ ଦ୍ଵାରା ଅତିଥି ମାନଙ୍କୁ ଅଭିବାଦନ କରା ଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷତ୍ରୀ, ଶିକ୍ଷା କର୍ମଚାରୀ ପରିଚାଳନାରେ ସହଯୋଗ ଜରିଥିଲେ ।

Post a Comment

Previous Post Next Post