ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର


ବାଲେଶ୍ୱର,୨୩/୭ (ଲକ୍ଷ୍ମୀଧର ବାରିକ) ଖନ୍ତାପଡ଼ା ଥାନା ବରୁଣସିଂ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକ ଖସି ପଡି ଗୁରୁତର ହୋଇ ଥିବା ଜଣା ପଡ଼ିଛି । ଯୁବକ ଜଣକ ହେଲେ ନେପାଳ ଅଂଚଳ ରସନ୍ତୋଷ କୁମାର ଖାୱାସ (୨୫) । ଯୁବକ ଜଣକ ଶାଲିମାରୁ ହାଇଦ୍ରାବାଦ ଅଭିମୁଖେ ଇଷ୍ଟକୋଷ୍ଟ ଏକ୍ସପ୍ରେସ ରେ ଯାଉଥିଲା। ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଉତ୍ତରଚକ ଗ୍ରାମ ପାଖରେ ଯୁବକ ଜଣକ ଅପରାହ୍ନରେ ଟ୍ରେନରୁ ଖସି ପଡି କ୍ଷତ ବିକ୍ଷତ ହୋଇ ଥିଲା । ଗ୍ରାମର କିଛି ସ୍ୱୟଂ ସେବକ ଯୁବକଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ ନୀଳଗିରି ରୋଡ ଷ୍ଟେସନ ମାଷ୍ଟର କୁ ଜିମା ଦେଇଥିଲେ । ଷ୍ଟେସନ ମାଷ୍ଟର ରେଲୱେ ସୁରକ୍ଷାବଳ ସହାୟତାରେ ବାଲେଶ୍ୱର ସଦର ହିସ୍ପିଟାଲକୁ ପଠାଇ ଥିବାର ଜଣାପଡିଛି । ତେବେ ଟ୍ରେନରେ କୋୖଣସି କଥାକୁ ନେଇ ଯୁବକ ଜଣକୁ ଟ୍ରେନରୁ କିଛି ଯୁବକ ଠେଲି ଦେଇଥିବା ଜଣାପଡିଛି ।

Post a Comment

Previous Post Next Post