ବାଲେଶ୍ଵର,୨୩/୭ (ଲକ୍ଷ୍ମୀଧର ବାରିକ) ନୀଳଗିରି ବ୍ଲକର ସରକାରୀ ମୋଟର ଚାଳକ ମାନେ ଆଜି ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାୟୀକରଣ ନିମନ୍ତେ ବାଲେଶ୍ବର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଯେ ଦୀର୍ଘ ୨୦ ବର୍ଷ ହେବ ସେମାନେ ନିସ୍ବାର୍ଥ ପର ଭାବରେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ସ୍ଥାୟିତ୍ବ କରୁନାହାନ୍ତି କି ଆସାତୀତ ଭାବରେ ଦରମା ପ୍ରଦାନ କରୁନାହାନ୍ତି।ଯାହା ଫଳରେ ସ୍ବଳ୍ପ ଦରମା ପିଲାମାନଙ୍କ ପାଠପଢା ଓ ସେମାନଙ୍କ ଚଳିବାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ସେଥିପାଇଁ ସେମାନଙ୍କୁ ସ୍ଥାୟିତ୍ବ କରିବା ସହିତ ସ୍ଥାୟିତ୍ବ ଆକାରରେ ଦରମା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି। ରାଜେନ୍ଦ୍ର ବେହେରା, ସୁଜୟ କୁମାର ନାୟକ, ନିତ୍ୟାନନ୍ଦ ବିଶ୍ବାଳ, ସନାତନ ନାୟକ, ଗଣେଷ ପ୍ରଧାନ, ତ୍ରିଲୋଚନ ନାୟକ ,ପ୍ରଶାନ୍ତ ଭୂୟାଁ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀକରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆଜତକ ଓଡ଼ିଶା
0
Post a Comment