ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ “ ଡାକରା ଦେଲେ ଆଉଟସୋର୍ସିଂ କର୍ମଚାରୀ ମହାସଂଘ


ନୀଳଗିରି,୨୯/୭ (ଲକ୍ଷ୍ମୀଧର ବାରିକ) ନୀଳଗିରି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୯ ଜଣ ଆଉଟସୋର୍ସିଂ କର୍ମଚାରୀ ୧୦ ଦଫା ଦାବି ନେଇ ଆଜି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ନୀଳଗିରି ଉପଖଣ୍ଡ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଆଉଟସୋର୍ସିଂ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଥିବା ପାରିଶ୍ରମିକ ଅନୁସାରେ ବେତନ ପାଉନାହାନ୍ତି। ସମାନ କାର୍ଯ୍ୟ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ଏହି ଦାବିପତ୍ରର ମୁଖ୍ୟ ଦାବି ରହିଛି ।ଆସନ୍ତା ୩୧ ତାରିଖରେ ସମସ୍ତ ଆଉଟସୋର୍ସିଂ କର୍ମଚାରୀ ମାନେ ମିଳିତ ଭାବରେ ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ଭେଟିବା ପାଇଁ “ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଚାଲର “ ଡାକରା ଦେଇଛନ୍ତି। ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ କରାନଯାଏ ତେବେ ସଂଘର ନିଷ୍ପତି ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଆଉଟସୋର୍ସିଂର କର୍ମଚାରୀମାନେ। ଏହି ଦାବିପତ୍ର ପ୍ରଦାନ ସମୟରେ ଅନନ୍ତ କୁମାର ପରିଡ଼ା,
ଦିଲୀପ କୁମାର ପଣ୍ଡିତ,ଜଗବନ୍ଧୁ ଜେନା,ଦେବାଶିଷ ପରିଡ଼ା,ରାଜୀବ କୁମାର୍ ଜେନା,ପ୍ରଶାନ୍ତ କୁମାର ବେହେରା,ଚିନ୍ତା ମଣି ନାୟକ,ଶାସ୍ୱତି ମହାନ୍ତି,ପ୍ରୀତିବେଦଶି ଦାସ,ଶାନ୍ତିଲତା ମହାପାତ୍ର,ମହେଶ୍ୱେତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post