କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ଜମି ବାଡ଼ି ରେଜିଷ୍ଟ୍ରସନ ପରେ ପକ୍ଷ ମାନଙ୍କୁ ମାସ ମାସ ଧରି ମିଳୁନି କବଲା!କବଲା ପାଇଁ ଧାଇଁ ଧାଇଁ ଲୋକମାନେ ନୟାନ୍ତ ହେଉଛନ୍ତି। କବଲା ନମିଳିବାରୁ ସମ୍ପୃକ୍ତ ଜମି ଜରୁରୀ କିଣା ବିକା ହେଇପାରୁନାହିଁ। କବଲା ମିଳିବାରେ ଦୀର୍ଘ ବିଳମ୍ବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲାର କଣ୍ଟାମାଲ ତହସିଲରେ। କଣ୍ଟାମାଳ ତହସିଲ ଅଫିସ ଜବ ରେଜିଷ୍ଟର କାର୍ଯ୍ୟାଳୟ ରୂପେ କାର୍ଯ୍ୟ କରୁଥିବା ବେଳେ ତହସିଲଦାର ସବ ରେଜିଷ୍ଟର କ୍ଷମତାରେ ଅଛନ୍ତି।ଲୋକମାନେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଜମି ବିକ୍ରି ପାଇଁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ।ଜମି କିଣିଥିବା ଲୋକମାନେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା, ଚିକିତ୍ସା ପାଇଁ ଜମି ବିକ୍ରି କିମ୍ବା ବନ୍ଧକ ରଖି ପାରୁନାହାନ୍ତି। ଧାର୍ଯ୍ୟ ଦେୟ ଦାଖଲ କରି ଜମି ରେଜିଷ୍ଟ୍ରସନ କରିଥିଲେ ମଧ୍ୟ କବଲା ଦିଆଯାଉନାହିଁ।ଗତ ଜାନୁଆରୀ ୨୧ ତାରିଖରୁ ଏପଯ୍ୟନ୍ତ ୧୫/୨୦ଜଣ ଜମି ଖରିଦ କରିଥିଲେ ମଧ୍ୟ କବଲା ପାଇନାହାନ୍ତି। ଅଥଚ ତହସିଲ କାର୍ଯ୍ୟାଳୟ ରେ କବଲା ପ୍ରସ୍ତୁତ ହୋଇ ରହିଛିତହସିଲଦାର ସବ ରେଜିଷ୍ଟର ଙ୍କ ମୋହର ବାଜିଲେ ପକ୍ଷ ମାନଙ୍କୁ କବଲା ମିଳିବ।କିନ୍ତ କବଲା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଥିବା ଯୋଗୁଁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।ଲୋକଙ୍କୁ କବଲା ମିଳୁନଥିବାରୁ କିଣାବିକା ହୋଇପାରୁନି ଫଳରେ ସରକାର ରାଜସ୍ବ କ୍ଷତି ଘଟୁଛି। ପକ୍ଷ ମାନଙ୍କର ସମସ୍ତ ଵୟୋମେଟ୍ରିକ ଯାଞ୍ଚ ସତ୍ୱେ ବିଭିନ୍ନ ଆଳ ଦର୍ଶାଇ ତହସିଲଦାର କବଲାରେ ସ୍ଵାକ୍ଷର କରୁନଥିବା ଅଭିଯୋଗ ହେଉଛି।ତେଣୁ କଣ୍ଟମାଳତହସିଲଦାର ଯଥାଶୀଘ୍ର ସବ ରେଜିଷ୍ଟର କାର୍ଯ୍ୟାଳୟ ଖୋଲାଯିବା ସହ ଜଣେ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯିବା ପାଇଁ ସାଧାରଣରେ ଦାବୀ ହେଉଛି ।ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
କଣ୍ଟାମାଳ ତହସିଲରେ ଅବ୍ୟବସ୍ଥା : ମାସ ମାସ ଧରି ଲୋକଙ୍କୁ ମିଳୁନି କବଲା.
ଆଜତକ ଓଡ଼ିଶା
0
Post a Comment