ବାଲେଶ୍ବର, ୨୯/୭ (ଲକ୍ଷ୍ମୀଧର ବାରିକ) ଅଗଷ୍ଟ ୭ ତାରିଖରେ ଜାତୀୟ ଜାଭେଲିନ୍ ଥ୍ରୋ ଦିବସ ଅବସରରେ ବାଲେଶ୍ବର ଜିଲ୍ଲା କ୍ରୀଡ଼ାସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ୍(ପରମିଟ୍ ପଡ଼ିଆ) ଠାରେ ଏକ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ସବୁବର୍ଗର ପୁରୁଷ, ମହିଳା, ବାଳକ ଓ ବାଳିକା ଭାଗ ନେଇ ପାରିବେ। ବିଶେଷକରି ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ମଧ୍ୟ ଭାଗ ନେଇ ପାରିବେ। ତେଣୁ ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ଉପସ୍ଥିତ ରହି ଖେଳାଳିମାନେ ଷ୍ଟାଡିୟମ୍ ଅଫିସରେ ନାମ ପଞ୍ଜୀକରଣ କରିପାରିବେ। ସାଥୀରେ ଆଧାର କପି ଆଣିବେ। ଏଥିନିମନ୍ତେ ଯୁଗ୍ମ ସଂମ୍ପାଦକ ବିରେଦ୍ର କୁମାର ସ୍ବାଇଁ (୮୧୪୪୬୮୯୪୮୫), ସଂଜୟ ଲେଙ୍କା(୬୩୭୧୬୫୨୯୩୩)ଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ପ୍ରତିଯୋଗିତା ପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ କ୍ଲବର ସଂମ୍ପାଦକମାନେ ଅଧିକ ସଂଖ୍ୟାରେ ଖେଳାଳି ପଠାଇବା ପାଇଁ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଧୀପ ଦାସ ଅନୁରୋଧ କରିଛନ୍ତି।
ଜାତୀୟ ଜାଭେଲିନ୍ ଥ୍ରୋ ଦିବସ ଉପଲକ୍ଷେ ପ୍ରତିଯୋଗିତା
ଆଜତକ ଓଡ଼ିଶା
0
Post a Comment