ରାଜବରହମପୁର ୨୯/୭ (ଲକ୍ଷ୍ମୀଧର ବାରିକ) ବହୁଦିନର ପୁରୁଣା ଶ୍ରେଣୀଗୃହ ଏବେ ବିପଦସଂଙ୍କୁଳ ଅବସ୍ଥାରେ । ଛାତ ର ୬୦ଭାଗ କଂକ୍ରିଟ ଫଡା ଫଡା ହୋଇ ଖସୁଥିବା ବେଳେ ରଡ଼ କଳଙ୍କି ଲାଗି ଖଣ୍ଡ ଖଣ୍ଡ ହୋଇ ବାହାରି ଓହଳି ପଡିଲାଣି । ଏଭଳି ବିପଦ ସଂକୁଳ ଅବସ୍ଥାରେ ଶ୍ରେଣୀଗୃହରେ ଆଉ ପିଲା ମାନଙ୍କୁ ପଢେଇବା ପାଇଁ ଶିକ୍ଷକ ନିରାପଦ ମଣୁନାହାନ୍ତି । ଏପରିକି ଉକ୍ତ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢେଇବାକୁ ଅମଙ୍ଗ ହେଲେଣି ଅଭିଭାବକ ଓ ଗ୍ରାମବାସୀ । କିଏ କହିପାରିବ କେତେବେଳେଯେ ବଡ ଅଘଟଣ ନହେବ । ଏଭଳି ଅବସ୍ଥା ହୋଇଛି ବରହମପୁର ଥାନା ଅଧୀନ ତରତରୀ ଚଣ୍ଡୀଗଡ଼ ୟୁଜିୟୁପି ସ୍କୁଲରେ । ଛାତଘର ଗୁଡିକ ବହୁଦିନର ପୁରୁଣା ପାଇଁ ଏଭଳି ଅବସ୍ଥା ହୋଇଛି।ଏହି ଛାତ ତଳେ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରିଥାଆନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିଲାବେଳେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀଗୃହ ନିଅଣ୍ଟିଆ ହୋଇପଡିଛି | ପ୍ରଧାନ ଶିକ୍ଷକ ଙ୍କ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ପର୍ଯ୍ୟନ୍ତ ଯେତେ ଜଣ ଏଠାକୁ ଆସିଛନ୍ତି ସମସ୍ତେ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଧା ଅଦ୍ୟାବଧି ଆବଶ୍ୟକ ମୁତାବକ ଶ୍ରେଣୀଗୃହ ତିଆରି ହୋଇପାରିନାହିଁ | ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Post a Comment