ଜାତୀୟ ରାଜପଥର ଶେରଗଡ଼ ଛକ ଠାରୁ ମୟୂରଭଞ୍ଜର ଝରଣା ଘାଟି ରାସ୍ତା କୁକେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀଙ୍କ ଦ୍ଵାରା ଶ୍ୟାଳନ୍ୟାସ

ବାଲେଶ୍ଵର, ୨୯/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ବର ଜିଲ୍ଲାର ୧୬ନମ୍ବର ଜାତୀୟ ରାଜପଥର ଶେରଗଡ଼ ଛକ ଠାରୁ ମୟୂରଭଞ୍ଜର ଝରଣା ଘାଟିକୁ ସଂଯୋଗ କରିବାକୁ ଥିବା ପ୍ରସ୍ତାବିତ ୪ଲେନ ବିଶିଷ୍ଟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରିଙ୍କ ଦ୍ଵାରା ଆଜି ଭାର୍ତୁଆଲ ପଦ୍ଧତିରେ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ର କେ. ସି. ହାଇସ୍କଲ ପଡିଆରେ ଅନୁଷ୍ଠିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ,ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ କୁମାର ନାୟକ, ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଭି କେ ସିଂହ ଯୋଗଦେଇ କହିଲେ ଯେ,୧୨୫.୪୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୧୯ ନମ୍ବର ରାଜ୍ୟ ରାଜପଥ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୩୧.୪୭୫କିଲୋମିର ଲମ୍ବାଏହି ରାସ୍ତାରେ ୩୫ଟି କଲ ଭାର୍ଟ ନିର୍ମାଣ କରାଯିବା ସହିତ ଡ୍ରେନ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ଏହି ରାସ୍ତା ଟି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ଗୁରୁତ୍ବ ଲୋକେ ବୁଝି ପାରିବେ।ଏହି ରାସ୍ତା ପଞ୍ଚୁଲିଙ୍ଗେଶ୍ୱର୍, ଭୁଧାର ଚଣ୍ଡୀ ମନ୍ଦିର, ଜଗନ୍ନାଥ ମନ୍ଦିର, କୁଲଡିହା ଅଭୟାରଣ୍ୟ, ଦେବକୁଣ୍ଡ, ସମିବୃକ୍ଷ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସଂଯୋଗ କରୁଥିବା ରୁ ଯାତାୟତରେ କ୍ଷେତ୍ରରେ ସୁଗମ ହୋଇପାରିବ। କେନ୍ଦ୍ର ରେ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ପରିଚାଳିତ ସରକାର ଲୋକ ଲୋକଙ୍କ ସାଥିରେ ରହି ସମସ୍ତ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛିବୋଲି ସେ କହିଥିଲେ । ରାଜପଥ ନିର୍ମାଣ ହେଉ ଅବା ବିମାନବନ୍ଦର ସବୁଠି ବିକାଶ କୁ ତ୍ୱରାନ୍ୱିତ କରାଯାଇଛିବୋଲି ସେ କହିଥିଲେ। ଜନ ସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ବିଶ୍ୱାସ ରେ ଏହା ସମ୍ଭବ ହୋଇ ପାରିଛି ବୋଲି ସେ କହିଥିଲେ ।

Post a Comment

Previous Post Next Post