ପ୍ରସୂତି ଓ ଶିଶୁ ଖାଦ୍ୟ ଯୋଗାଣରେ ଦୁର୍ନିତୀ ଓ ଅନିୟମିତତା- ଜିଲା ମଂଗଳ ଅଧିକାରୀ ଓ ସିଡିପିଓଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି : ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସୂଚନା


ଜଳେଶ୍ୱର ୨୧/୭(ଜଗନ୍ନାଥ ଗୋଛାୟତ): ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ପ୍ରସୂତି ଓ ଶିଶୁ ଖାଦ୍ୟ ଯୋଗାଣରେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା ହେଉଥିବାରୁ ଆଜି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ଏଥିରେ ଜିଲା ମଂଗଳ ଅଧିକାରୀ ଓ ସିଡିପିଓଙ୍କ ସଂପୃକ୍ତି ରହିଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ପ୍ରସୂତି ଶିଶୁ ମାନଙ୍କ ଖାଦ୍ୟ ବଣ୍ଟନରେ ବ୍ୟାପକ ଦୁର୍ନିତୀ ସହିତ ଅନୀୟମିତତା ହୋଇଥିବାରୁ ବିଭିନ୍ନ ପ୍ରମାଣ ସହ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଜଳେଶ୍ୱର ବ୍ଲକରେ କଲ୍ୟାଣମୟୀ ସ୍ୱୟଂ ସହାୟକା ଗୋଷ୍ଠୀ ପ୍ରସୂତୀ ଓ ଶିଶୁ ଖାଦ୍ୟ ତିଆରି ଓ ବଣ୍ଟନ କରି ଆସୁଥିଲା । କିନ୍ତୁ ହଠାତ୍ ବସ୍ତା ବ୍ଲକର ଅଭିରାମ ଓ ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜଳେଶ୍ୱରରେ ଛତୁଆ ବଣ୍ଟନର ଦାୟିତ୍ୱ ଦିଆଯିବାରୁ କଲ୍ୟାଣମୟୀ ଗ୍ରୁପ ଉଚ୍ଚ ନ୍ୟାୟାଳୟର ଦ୍ୱାରାସ୍ଥ ହୋଇଥିଲା । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦିଷ୍ଟ ବ୍ଲକର ଛତୁଆ ସେହି ବ୍ଲକର କୌଣସି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେବା ଉଚିତ ବୋଲି ନିଦେ୍ର୍ଦଶ ଦେବାରୁ ଜଳେଶ୍ୱର ବ୍ଲକର ମା କମଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଦାୟିତ୍ୱ ଦିଆଯାଇଛି । ପ୍ରକାଶଯୋଗ୍ୟ ୧ବର୍ଷ ପୂର୍ବରୁ ଉପରୋକ୍ତ ସ୍ୱୟଂ ସହାୟକା ଗୋଷ୍ଠି ଛତୁଆ ପ୍ରସ୍ତୁତ ଲାଗି ସରକାରୀ ନିତିନିୟମରେ ଅନୁପଯୁକ୍ତ ବୋଲି ଜିଲା ମଂଗଳ ଅଧିକାରୀ ଓ ସିଡିପିଓ ଦର୍ଶାଇ ଥିବା ବେଳେ ଏବେ ସେମାନଙ୍କୁ ପୁଣି ଦିଆଯିବା ସଂପର୍କରେ ସ୍ୱଚ୍ଛତାପ୍ରତି ଅଂଗୁଳି ନିଦେ୍ର୍ଦଶ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜଳେଶ୍ୱର ବ୍ଳକରେ ୩୫ ପଂଚାୟତ ଓ ପୌରାଞ୍ଚଳର ୧୭ଟି ୱାର୍ଡରେ ୩୮୪ଟି ଅଂଗନୱାଡି କେନ୍ଦ୍ରକୁ ଖାଦ୍ୟ ଯୋଗାଇବାଲାଗି ମା କମଳା ଗ୍ରୁପ୍କୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ଉକ୍ତ ଗ୍ରୁପର ଏହି ଖାଦ୍ୟ ତିଆରି ଲାଗି ଭିତ୍ତିଭୂମୀ ନ ଥିବା କଂଗ୍ରେସ କହିଛି । ବରଂ ଗତ ଗୁରୁବାରର ଜନୈକ ବ୍ୟବସାୟୀ ଦ୍ୱାରା ଛତୁଆ ତିଆରିଲାଗି ଭିତ୍ତିଭୂମୀ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି । ଅନ୍ୟପକ୍ଷରେ ମା କମଳା ଗ୍ରୁପ ଛତୁଆ ତିଆରି କରୁନଥିବା ବେଳେ ଭୋଗରାଇର ମଂଗଳାମାତା ଗ୍ରୁପ ଏହି ଖାଦ୍ୟ ତିଆରି କରି ପଠାଉଥିବାର କେତେକ ପ୍ରମାଣ କଂଗ୍ରେସ ଦର୍ଶାଇଛି । ତେଣୁ ଏହି କାର୍ଯ୍ୟର ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା, ଜଳେଶ୍ୱରର ଦକ୍ଷତା ସମ୍ପନ୍ନ ସ୍ୱଂୟସହାୟିକା ଗୋଷ୍ଠିକୁ ଏହି ଦାୟିତ୍ୱ ଦିଆଯିବା ସହିତ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଖାଦ୍ୟର ମାନ ପ୍ରତି ୧୫ଦିନରେ ଯାଞ୍ଚକରାଯିବାକୁ ଦାବି କରିଛନ୍ତି । ଅନ୍ୟଥା ଏହା ରାଜ୍ୟ ରାଜନିତୀରେ ଏଜେଣ୍ଡା କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ ପ୍ରବକ୍ତ ସୁଦର୍ଶନ ଦାସ, ବ୍ଳକ ସଭାପତି ରାଜୀବ ପରିଡା, ଜିଲା ସଂପାଦକ ହେମନ୍ତ ଗିରି, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ନଗର ସଭାପତି ଗିରିଜା ଶଂକର ଦାସ, ପୂର୍ବତନ ସରପଂଚ ପଦ୍ମଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post