୭୧କେଜି ଗଞ୍ଜେଇ ଗୋଟିଏ ମାରୁତି କାର ଜବତ ସହ ୫ ଜଣ ପୁରୁଷ ଜଣେ ମହିଳା ଗିରଫ


ନୂଆପଡ଼ା (ରିଖିରାମ ଦଳ) ନୂଆପଡ଼ା ଜିଲ୍ଳା ଅବକାରୀ ବିଭାଗ ତରଫରୁ ତିନୋଟି ସ୍ଥାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏକା ସଙ୍ଗେ ତିନୋଟି ସ୍ଥାନରେ ଚଢାଉ କରାଯାଇଥିଲା। ସୁଚନାମତେ ନୂଆପଡ଼ା ଜିଲ୍ଲା ଅବକାରୀ ଅଧିକାରୀ ସଂଘମିତ୍ରା ପ୍ରଧାନ ଙ୍କ ନେତୃତ୍ଵରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ଥାନା ଅନ୍ତର୍ଗତ ତିନୋଟି ସ୍ଥାନରେ ବିଭିନ୍ନ ସମୟରେ ଚଢାଉ କରାଯାଇଥିଲା। ସେହିପରି ଝଗ୍ରାହୀ ଗ୍ରାମ ର ଚାରି ଛକ ନିକଟ ରୁ ଦୁଇ ଅଜଣା ବ୍ଯକ୍ତି ଙ୍କ ଠାରୁ ସଞ୍ଜୟ ରାଜବଂଶ (୪୦) ଅନ୍ୟ ଜଣେ ହେଲେ ଛତା ଗ୍ରାମ ର ଭଗତ ରାମ ଜଗତ (୨୫)ତାଙ୍କ ଠାରୁ ୨୫କେଜି ଗଞ୍ଜେଇ ଜବତ କରିବାସହ ଦୁଇ ଜଣ କୁ ଧରି ଥିଲେ । ଏହାପରେ ବରଣ୍ଡାପାଟ ଗ୍ରାମରୁ ସୀମାଞ୍ଚଳ ନାୟକ(୩୮) ଏବଂ ଦେବରାଜ ନାୟକ (୩୮) ଙ୍କ ଠାରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ଏକ୍ ଧଳା ମାରୁତି ଡିଜାର କାର ଗାଡି ନମ୍ବର OD 01AA6699 ଜବତ କରିବା ସହ ଦୁଇ ଜଣ ବ୍ଯକ୍ତି ଙ୍କୁ ଧରିଛନ୍ତି। ସେହିପରି ଛତା ଗ୍ରାମରୁ ଦୁଇ ବ୍ଯକ୍ତି ସେମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟ ର ଲକ୍ଷ୍ମଣ (୩୨) ଓ ମହିଳା ଜଣକ ହେଲେ ସରଦା (୩୫)ଙ୍କ ଠାରୁ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ନୂଆପଡ଼ା ରୁ ବାହାର ରାଜ୍ୟ ରାଜସ୍ଥାନ୍ ଓ ମଧ୍ୟପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୁହାଯାଉଥିଲା। ନୂଆପଡ଼ା ଅବକାରୀ ବିଭାଗ ତତ୍ପରତା ଦେଖାଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ୬ ଜଣ ଙ୍କ ଠାରୁ ୭୧କେଜି ଗଞ୍ଜେଇ ଓ ଗୋଟିଏ ମାରୁତି କାର କୁ ଜବତ କରିବା ସହ ଅଭିଯୁକ୍ତଙ୍କ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦେଇଛନ୍ତି। ଅବକାରୀ ବିଭାଗ ର ଅଧିକାରୀ ମାନେ ହେଲେ ନୂଆପଡ଼ା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ନୂଆପଡ଼ା ଇନିସପେକ୍ଟର ହୀରାବତୀ ଥାଟି ଖରିଆର ଅବକାରୀ ଅଧିକାରୀ ଡମ୍ବରୁ ହରିଜନ ନୂଆପଡ଼ା ସଦର୍ ମୋବାଇଲ ୟୁନିଟ୍ ରୁ ଗୁପ୍ତେଶ୍ଵର ପଟେଲ ଓ ଅନନ୍ୟା ଅବକାରୀ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post