ଜଳେଶ୍ୱରରେ ପବିତ୍ର ମରହମ୍ମ ପର୍ବ ପାଳିତ


ଜଳେଶ୍ୱର, ୩୧।୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ଅଂଚଳରେ ପବିତ୍ର ମହରମ ପର୍ବ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଇସଲାମ ଧର୍ମର ଚନ୍ଦ୍ର ଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ କରାଯାଇଥାଏ । ଇସଲାମିକ୍ ହିଜରୀ କ୍ୟାଲେଣ୍ଡର ଅନୁସାରେ ମହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ । ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ମହରମ ପର୍ବ ପାଳନ କରାଯାଉଥିବା ବେଳେ ଜଳେଶ୍ୱର ସହରରେ ମଧ୍ୟ ମହାଆଡମ୍ବର ସହକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ପାଳନ କରାଯାଇଛି । ବିଭିନ୍ନ ବସ୍ତିରୁ ୪ଟି ସୁଉଚ୍ଚ ତାଜିଆ ବାହାରି ଜଳେଶ୍ୱର ସହର ପରିକ୍ରମା ପୂର୍ବକ ମୁଖ୍ୟ ସଡକରେ ବଡ ବଜାର ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥି ସହିତ ବାଡି ଓ ତରୁଆଲ ଖେଳ ସହିତ ଯୁବକ ମାନେ ଶୋଭାଯାତ୍ରା କରିଥିଲେ । ଏହି ଉପଲକ୍ଷେ ଜଳେଶ୍ୱର ଥାନା ଦ୍ୱାରା ଆୟୋଜିତ ଏକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଥାନା ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ତାଜିଆର ସାଜସଜ୍ଜା, ବାଡିଖେଳ ତଥା ଶାନ୍ତିଶୃଙ୍ଖଳାର ସହିତ ଶୋଭାଯାତ୍ରା କରିଥିବା ଦଳକୁ ୧ନଂ ତାଜିଆ ଭାବେ ଘୋଷଣା କରାଯିବ ସହିତ ଅନ୍ୟ ଦଳର ତାଜିଆ ଗୁଡିକୁ ନମ୍ବର ପ୍ରଦାନ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ତହସିଲଦାର ମିହିର ରଂଜନ ବେହେରା, ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଜଜ୍ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଆଇ.ଆଇ.ସି ରୋଜାଲିନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ଝାଡେଶ୍ୱରପୁର ବସ୍ତିର ତାଜିଆକୁ ୧ନମ୍ବର, ରାଜପୁର ବସ୍ତିର ତାଜିଆ ୨ନମ୍ବର, ସେକବାଡ ବସ୍ତିର ତାଜିଆ ୩ନମ୍ବର ଓ ଶାସନବାଡ ବସ୍ତିର ତାଜିଆକୁ ୪ନମ୍ବର ଭାବେ ପୁରସ୍କୃତ କରାଯାଇଥିଲା । ତାଜିଆର ଖଲିଫା ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଜଳେଶ୍ୱର ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଆଇନଜୀବୀ ସତ୍ୟସୁନ୍ଦର ଦାସ, ସୁନୀଲ ପରିଡା, ମଧୁସୂଦନ ସେନାପତି, ବିଜୟ କାମିଳା, ଅବଦୁଲ ରହିମ, ପତିତପାବନ ପ୍ରଧାନ, ସୁରଜୀତ ଘୋଷ, ସଂଜୀବ ପାଳ, ସୂରଜ ଚୈରାସୀୟା, ଆନନ୍ଦ କର, ଦିଲ୍ଲୀପ ପରିଡା ପ୍ରମୁଖ ଏହି ଉସôବରେ ଉପସ୍ଥିତ ଥିଲେ । ୧ନଂ ତାଜିଆର ଖଲିଫା ଅବଦୁଲ ରେହେମାନ, ୨ନଂ ତାଜିଆର ଖଲିଫା ସେକ୍ ସାଜନ, ୩ନଂ ତାଜିଆର ଖଲିଫା ସେକ ମୁଜିବ ପ୍ରମୁଖ ଏହି ତାଜିଆ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।

Post a Comment

Previous Post Next Post